ଟ୍ରେନରେ ଏସବୁ ଜିନିଷ ନେବା ନିଷେଧ, ଧରାପଡ଼ିଲେ ଜରିମାନା ସହ ହୋଇପାରେ ଜେଲ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଟ୍ରେନରେ ଯାତ୍ରା କରିବା ପାଇଁ କିଛି ନିୟମ ମଧ୍ୟ ଅଛି, ଯାହା ପ୍ରତ୍ୟେକ ଯାତ୍ରୀଙ୍କୁ ମାନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  ଏହା ଅଧୀନରେ ରେଳବାଇରେ କିଛି ସାମଗ୍ରୀ ନେବା ନିଷେଧ । ଯଦି କେହି ଏହି ସାମଗ୍ରୀ ସହିତ ଯାଆନ୍ତି, ତେବେ ରେଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ଯଦି ସେହି ଜିନିଷ ଟିଟି ସାମ୍ନାରେ ଧରାପଡେ ତେବେ ଆମକୁ ଜୋରିମାନା ଦେବା ସହ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ…

ଷ୍ଟୋଭ ବା ଗ୍ୟାସ୍ ସିଲିଣ୍ଡର: ଭାରତୀୟ ରେଳ ବିଭାଗ ନିୟମ ଅନୁଯାୟୀ, ଟ୍ରେନରେ ଯାତ୍ରା ସମୟରେ ଆପଣ କୌଣସି ଷ୍ଟୋଭ କିମ୍ବା ଗ୍ୟାସ୍ ସିଲିଣ୍ଡର ନେଇ ପାରିବେ ନାହିଁ । କାରଣ ଏହା ରେଳ ଅଧିନିୟମ ଅନୁଯାୟୀ ବେଆଇନ୍ ଅଟେ । ତେଣୁ ଆପଣ ଯଦି କୌଣସି ପ୍ରକାର ଗ୍ୟାସ ସିଲିଣ୍ଡର କିମ୍ବା ଷ୍ଟୋଭ ନେଇ ଟ୍ରେନରେ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ରେଳବାଇର ଅନୁମତି ଆଣନ୍ତୁ । କିନ୍ତୁ ଯଦି ଆପଣ ଭରା ହୋଇଥିବା ଗ୍ୟାସ ସିଲିଣ୍ଡର ନିଅନ୍ତି ଏବଂ ଧରାପଡନ୍ତି ତେବେ ଆପଣଙ୍କୁ ଜୋରିମାନା ସହ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।

ଏସିଡ୍: ଟ୍ରେନରେ ଯାତ୍ରା କରିବା ସମନୟରେ ସେିଡ ବୋତଲ ବହନ କରିବା ସମ୍ପୂର୍ଣ୍ଣ ରୂପେ ନିଷେଦ୍ଧ ଅଟେ । ଯଦି କୌଣସି ଯାତ୍ରୀ ଏପରି କରିବାର ଧରାପଡନ୍ତି ତେବେ ତାଙ୍କୁ ତୁରନ୍ତ ରେଳବାଇ ଆଇନର ଧାରା ୧୬୪ ଅନୁଯାୟୀ ଗିରଫ କରାଯାଇ ୩ ବର୍ଷ ଜେଲଦଣ୍ଡ ଦିଆଯିବ । ଏଥିସହିତ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ । ତେଣୁ ଟ୍ରେନରେ ଯାତ୍ରା ସମୟରେ ଏହିପରି ଜିନିଷ ନିଅନ୍ତୁ ନାହିଁ ।

Related Articles

Back to top button