ୟୁରୋପରେ ଅନିୟନ୍ତ୍ରିତ ଦରବୃଦ୍ଧି, ସୁଧ ହାରରେ ରେକର୍ଡ ୦.୭୫ ପ୍ରତିଶତ ବଢାଇଲା ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ

ରେକର୍ଡ ସ୍ତରରେ ପହଞ୍ଚିଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୟୁରୋପୀୟ  କେନ୍ଦ୍ରୀୟ ବ୍ୟାଙ୍କ(ଇସିବି) କଠୋର ପଦକ୍ଷେପ ନେବା ଆରମ୍ଭ କରିଛି। ଗୁରୁବାର ବ୍ୟାଙ୍କ ନିଜର ନୀତିଗତ ସୁଧ ହାରରେ ଆଜି ଯାଏଁର ସବୁଠୁ ଅଧିକ ୦.୭୫ ପ୍ରତିଶତ ବୃଦ୍ଧି କରିଛି । ୟୁରୋପୀୟ ସଂଘର ୧୯ ସଦସ୍ୟ ଦେଶ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପାଇଁ କରୁଥିବା ଇସିବିର ପରିଚାଳନା ବୈଠକରେ ସୁଧ ହାରରେ ୦.୭୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ (ଇସିବି)ର ଏହି ନିଷ୍ପତ୍ତି ବର୍ତ୍ତମାନ ପରିସ୍ଥିତି ଅତି ଗୁରୁତ୍ୱପୂର୍ଣ୍ଣ । ଉଲ୍ଲେଖଯୋଗ୍ୟ ଯେ ଇସିବି ନିଜର ନୀତିଗତ ସୁଧ ହାରରେ ୦.୨୫ ପ୍ରତିଶତର ପରିବର୍ତ୍ତନ କରିଥାଏ । ୧୯୯୯ରେ ନିଜର ଗଠନ ପରଠାରୁ ଆଜି ଯାଏଁ କେବେ ବି ସୁଧ ହାରରେ ୦.୭୫ ପ୍ରତିଶତ ବୃଦ୍ଧି କରି ନଥିଲା। ଇସିବିର ଏହି ନିଷ୍ପତ୍ତି ପରେ ଗ୍ରାହକ, ବ୍ୟବସାୟୀ ଏବଂ ସରକାରଙ୍କ ପାଇଁ ଋଣ ଅଧିକ ମହଙ୍ଗା ହେବ। ଏହାଦ୍ୱାରା ଖର୍ଚ୍ଚ ଏବଂ ନିବେଶ ହ୍ରାସ ପାଇବ ଫଳରେ ଖାଉଟି ସାମଗ୍ରୀ ମୂଲ୍ୟରେ ହ୍ରାସ ହେବ ଏବଂ ଦରବୃଦ୍ଧିରୁ ଆଶ୍ୱସ୍ତି ମିଳିବ।

ଉଲ୍ଲେଖଯୋଗ୍ୟ ଯେ, ୟୁରୋପୀୟ ସଂଘର ସଦସ୍ୟ ଦେଶରେ ମୁଦ୍ରାସ୍ଫୀତି ଅଗଷ୍ଟରେ ୯.୧ ପ୍ରତିଶତରେ ପହଞ୍ଚିଥିଲା। ନିକଟ ଭବିଷ୍ୟତରେ ଏହା ଦୁଇ ଅଙ୍କରେ ପହଞ୍ଚିବାର ଆଶଂକା ରହିଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଏହି ମୁଦ୍ରାସ୍ଫୀତି ବୃଦ୍ଧି ପଛର ଏକ ବଡ କାରଣ ବୋଲି ଅର୍ଥନୀତିଜ୍ଞ ମତ ରଖିଛନ୍ତି ।

Related Articles

Back to top button