ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅବମାନନା: ଗାଡି ପଛରେ ବାନ୍ଧି ନେଉଥିବାର ଭିଡିଓ ଭାଇରାଲ

ବାଲେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅବମାନନା କରାଯାଇଛି। ଗାଡିରେ ଜଗନ୍ନାଥଙ୍କୁ ବାନ୍ଧି ନିଆଯାଉଥିବାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି। ବାଲେଶ୍ଵର ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ଏମିତି ମହାବାହୁଙ୍କୁ ନିଆଯାଉଥିବାର ଭିଡ଼ିଓ ଉତ୍ତୋଳନ କରାଯାଇଛି।

ଜଳେଶ୍ବର ଅଞ୍ଚଳର ଯୁବକ ବିନୟ କୁମାର ପ୍ରଧାନ ଭୁବନେଶ୍ବରରୁ ଜଳେଶ୍ବର ଫେରୁଥିବା ସମୟରେ ଏମିତି ଦୃଶ୍ୟ ତାଙ୍କ ନଜରରେ ପଡିଥିଲା। ସେ ଏହାର ଭିଡିଓ ଉତ୍ତୋଳନ କରିବା ସହ ଗାଡ଼ିରେ ଥିବା ଲୋକମାନଙ୍କୁ ଏମିତି କାର୍ଯ୍ୟପାଇଁ ତାଗିଦ ମଧ୍ୟ କରିଥିଲେ। ଏକ ଟେଣ୍ଟ ହାଉସର ସାମଗ୍ରୀ ଏମିତି ଭାବେ ସ୍ଥାନାନ୍ତର ହେଉଥିବା କଥା ଜାଣି ବିନୟ ନିଜ କାର ଅଟକାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିକୁ ଠିକ ଭାବେ ନେବାପାଇଁ କହିଥିଲେ। ଏହାପରେ ଟେଣ୍ଟ କର୍ମଚାରୀମାନେ ମଧ୍ୟ ଜଗନ୍ନାଥଙ୍କୁ ସଠିକ ଭାବେ ନେଇଥିବା ଜଣାପଡିଛି।

Related Articles

Back to top button