ଗୌତମ ଆଦାନୀଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ଗୌତମ ଆଦାନୀ ବର୍ତ୍ତମାନ ଭିଭିଆଇପି ସୁରକ୍ଷା ଅଧୀନରେ ରହିବେ। ଗୌତମଙ୍କୁ ଜେଡ୍‌ ବର୍ଗର ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର।
ସୂଚନାଯୋଗ୍ୟ, ଗୌତମ ଆଦାନୀଙ୍କ ସୁରକ୍ଷା ବିପଦ ସମ୍ପର୍କରେ ସୁରକ୍ଷା ଏଜେନ୍ସିମାନେ ତଥ୍ୟ ଦେବା ପରେ ମୋଦି ସରକାର ତାଙ୍କୁ ଜେଡ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ତାଙ୍କ ସୁରକ୍ଷା ଅଧୀନରେ ସିଆରପିଏଫ୍‌ କମାଣ୍ଡୋ ପୋଷ୍ଟ କରାଯିବ। ସେମାନଙ୍କୁ ସାରା ଦେଶରେ ସୁରକ୍ଷା ଯୋଗାଇ ଦିଆଯିବ ଏବଂ ଏହାର ମୂଲ୍ୟ ତାଙ୍କୁ ବହନ କରିବାକୁ ପଡ଼ିବ। ପ୍ରତି ମାସରେ ଜେଡ୍‌ ସୁରକ୍ଷା ପାଇଁ ୧୫ ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

Related Articles

Back to top button