୫୧ ହଜାର ତଳକୁ ଖସିଲା ସୁନା ଦର

ଖସିଛି ସୁନା ଦର । ଭାରତୀୟ ବଜାରରେ ସୁନା ଦର ଚଳିତ ସପ୍ତାହରେ ହ୍ରାସ ପାଇଛି । ଜୁନ ୧୩ ତାରିଖରେ ଦର ୧୦ ଗ୍ରାମ୍ ପ୍ରତି ୫୧୬୫୭ ଟଙ୍କା ଥିଲା । ତେବେ ସପ୍ତାହ ଶେଷରେ ଏହା ୫୧୧୮୫କୁ ଖସି ଆସିଥିଲା । ଅର୍ଥାତ ଦର ୪୬୬ ଟଙ୍କା କମିଥିଲା ।

ତେବେ ସପ୍ତାହରେ ଶେଷ କାରବାର ଦିନରେ ଦର ୫୧ ହଜାର ତଳକୁ ଚାଲିଯାଇଥିଲା । ପରେ ୫୧ ହଜାର ଅତିକ୍ରମ କରି ବନ୍ଦ ହୋଇଥିଲା । ଗୁରୁବାର ସୁନା ଦର ୧୦ ଗ୍ରାମ୍ ପ୍ରତି ୫୦୮୬୧ ଟଙ୍କା ଥିଲା ।

ଇଣ୍ଡିଆନ ବୁଲିୟନ ଆଣ୍ଡ୍ ଜ୍ୱେଲର୍ସ ଆସୋସିଏସନ୍ ଅନୁସାରେ, ୨୪ କ୍ୟାରେଟ୍ ବିଶିଷ୍ଟ ସୁନାର ଦାମ୍ ଜୁନ ୧୭ରେ ୫୧୧୬୯ ଟଙ୍କା ପହଁଚିଥିଲା । ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ୫୦୯୬୪ ଥିଲା । ଯଦି ଜୁନ୍ ଆରମ୍ଭରୁ ସୁନା ଦର ବିଚାର କରାଯାଏ ତେବେ ଦର ୧ ତାରିଖରେ ୧୦ ଗ୍ରାମ୍ ପିଛା ୫୧୪୬୯ ଟଙ୍କା ଥିଲା । ତେବେ ଏହି ଦରରେ ଜିଏସଟି ମିଶିନାହିଁ । ଜିଏସଟି ମିଶିବା ପରେ ଦର ଆହୁରି ବଢିଯାଇଥାଏ ।

ସୂଚନାଯୋଗ୍ୟ, ଜ୍ୱେଲର୍ସ ଆସୋସିଏସନ ଛୁଟିଦିନ ବ୍ୟତୀତ ଶନି ଓ ରବିବାର ଦର ଜାରି କରେନାହିଁ । ଏବେ ସୁନା ଦର ଏସଏମଏସ ମଧ୍ୟମରେ ମଧ୍ୟ ଜାଣିହେବ ।

Related Articles

Back to top button