ଖୁସିକୁ ମିଳିବ ସାଥି, ଆଲିପୁର ଚିଡିଆଖାନାରୁ ନନ୍ଦନକାନନକୁ ଆସିପାରେ ନୂଆ ଅତିଥି

ନନ୍ଦନକାନନରେ ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସିକୁ ଖୁବଶୀଘ୍ର ମିଳିବ ଜୀବନସାଥି

ଖୁସି ଜୀବନରେ ଫେରିବ ଖୁସି ।  ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜିରାଫ୍ ଖୁସି ୭ ବର୍ଷ ଧରି ନିସଙ୍ଗ ଜୀବନ ବିତାଉଥିବା ଖୁସି ଜୀବନରେ ଏବେ ଭରିବ ପ୍ରକୃତ ଖୁସି । ଦୁଇ ଦୁଇ ଥର ଅଣ୍ଡିରା ଜିରାଫ ଅଣା ଯାଇଥିଲେ ବି ମରିଯିବାରୁ ଖୁସି ଏକୁଟିଆ ରହି ଆସୁଥିଲା । ଏଥର ଆଲିପୁର ଚିଡିଆଖାନାରୁ ଖୁସି ପାଇଁ ଆସିପାରେ ଜୀବନସାଥୀ । କେବଳ ଖୁସି କାହିଁକି ଆଫ୍ରିକୀୟ ସିଂହୀ ଓ ଚିଙ୍କାରା ବି ଦୀର୍ଘ ବର୍ଷ ହେଲା ନିସଙ୍ଗ ଜୀବନ ଜୀଉଁଛନ୍ତି । ହେଲେ ଏବେକି ଏମାନେ ଆଉ ମନକୁ ମାରି ରହିବେନି ।

ଚିଡିଆଖାନା ଆଇନ ଅନୁଯାୟୀ, ପ୍ରାଣୀ ମାନେ ନିସଙ୍ଗ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବା ସହ ବଂଶବୃଦ୍ଧି ଓ ବିକାଶ ଦିଗରେ ପ୍ରଭାବ ପଡ଼ିଥାଏ । ଏଣୁ ୨୦୨୨ ଶେଷ ସୁଦ୍ଧା ନିସଙ୍ଗ ପ୍ରାଣୀଙ୍କୁ ସାଥୀ ମିଳିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ନନ୍ଦନକାନନ କର୍ତ୍ତୁପକ୍ଷ କହିଛନ୍ତି ।

ସେହିପରି ସାରସ କ୍ରେନ୍, ଲାର୍ଜ ଏଗରେଟ୍ ଭଳି ମୋଟ ୧୬ ପ୍ରଜାତିର ପକ୍ଷୀ ମଧ୍ୟ କାଟୁଛନ୍ତି ନିସଙ୍ଗ ଜୀବନ । ସେହିପରି ୭ଟି ପ୍ରଜାତିର ସ୍ତନ୍ୟପାୟୀ ଓ ୪ ସରୀସୃପଙ୍କ ଦିନ ବିନା ସାଥୀରେ କଟୁଛି । ସେଣ୍ଟ୍ରାଲ ଜୁ ଅଥରିଟିକୁ ନିସଙ୍ଗ ପ୍ରାଣୀ ମାନଙ୍କ ସଂପର୍କରେ ଅବଗତ କରାଇବା ସହ ଯଥା ଶୀଘ୍ର ପ୍ରକ୍ରିୟା ସାରିବାକୁ ଅନୁରେଧ କରାଯାଇଛି ।

Related Articles

Back to top button