୭୫ ବର୍ଷ ପୂର୍ବେ ମାତ୍ର ୯୦ ଟଙ୍କା ଥିଲା ୧୦ ଗ୍ରାମ ସୁନାର ଦାମ

ନୂଆଦିଲ୍ଲୀ: ଦିନ ଥିଲା ଭାରତକୁ ସୁନାର ଚଢ଼େଇ କୁହାଯାଉଥିଲା। ଏମିତି କି ପ୍ରତିଘରେ ସୁନା ଓ ସୁନା ଗହଣା ରହୁଥିଲା। ଆଜିର ଦିନରେ ବି ବିଶ୍ୱର ସବୁଠୁ ଅଧିକ ସୁନା ଭାରତୀୟମାନଙ୍କର ଘରେ ରହିଛି। ହେଲେ, ଏହାରି ଭିତରେ କିନ୍ତୁ ବଦଳି ଯାଇଛି, ସୁନାର ମୂଲ୍ୟ।  ଆଜିର ଦିନରେ ୧୦ ଗ୍ରାମ ସୁନାର ମୂଲ୍ୟ ୫୦ ହଜାର ପାଖାପାଖି ପହଞ୍ଚିଯାଇଛି। କିନ୍ତୁ ଭାରତ ୧୯୪୭ ମସିହାରେ ଯେତେବେଳେ ସ୍ୱାଧୀନ ହୋଇଥିଲା, ସେତେବେଳେ ଭାରତରେ ସୁନାର ଦାମ,୧୦ ଗ୍ରାମକୁ ମାତ୍ର ୮୯ଟଙ୍କା ଥିଲା। ତେବେ ନଜର ପକାନ୍ତୁ କେବେ କେବେ, କେତେ-କେତେ ବଢ଼ିଥିଲା ସୁନାର ଦାମ୍। ୧୯୪୭  ମସିହାରରେ ୧୦ ଗ୍ରାମ ସୁନାର ଦାମ ଥିଲା ମାତ୍ର ୮୯ ଟଙ୍କା।  ୧୯୭୦ ମସିହାରେ ୧୦ ଗ୍ରାମ ସୁନାର ଦାମ ଥିଲା ମାତ୍ର ୧୮୫ ଟଙ୍କା।  ୧୯୯୦ ମସିହାରେ ୧୦ ଗ୍ରାମ ସୁନାର ଦାମ ଥିଲା ମାତ୍ର ୩,୪୫୨ ଟଙ୍କା।  ୨୦୧୦ ମସିହାରେ ୧୦ ଗ୍ରାମ ସୁନାର ଦାମ ଥିଲା ମାତ୍ର ୧୯, ୨୨୭ ଟଙ୍କା।

Related Articles

Back to top button