ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ଘାଟିକୁ ଖସିଲା : ୬ ଶହୀଦ, ୩୦ ଆହତ

ଶ୍ରୀନଗର: ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଜମ୍ମୁ କଶ୍ମୀରର ପହଲଗାମରେ ଏକ ଘାଟରେ ଖସି ପଡିଛି। ଏହି ଦୁର୍ଘଟଣାରେ ୬ ଯବାନ ଶହୀଦ ହୋଇଥିବାବେଳେ ୩୦ ଜଣ ଯବାନ ଆହତ ହୋଇଛନ୍ତି। ଏହି ଯବାନମାନେ ଅମରନାଥ ଯାତ୍ରା ପାଇଁ ନିୟୋଜିତ ହୋଇଥିଲେ।
ଭାରତ-ତିବ୍ଦତୀୟ ସୀମା ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ବସ୍‌ରେ ୩୯ ଯବାନ ଥିଲେ। ସେଥିମଧ୍ୟରୁ ୩୭ ଜଣ ଆଇଟିବିପି ଏବଂ ୨ ଜଣ ଜମ୍ମୁ କଶ୍ମୀର ପୋଲିସର ଥିଲେ। ବସର ବ୍ରେକ ଫେଲ୍‌ ହେତୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପହଲଗାମର ଚନ୍ଦନୱାଡିରେ ଘଟିଥିଲା।

Related Articles

Back to top button