ଧରାପଡିଲା ବୀମା କମ୍ପାନୀଙ୍କ ୮୨୪ କୋଟି ଟଙ୍କାର ଜିଏସଟି ଠକେଇ

ନୂଆଦିଲ୍ଲୀ: ଜିଏସଟି ଅଧିକାରୀମାନେ ୧୫ ବୀମା କମ୍ପାନୀ, ମଧ୍ୟସ୍ଥ ଓ ବ୍ୟାଙ୍କମାନଙ୍କର କର ଚୋରୀ ଧରିଛନ୍ତି। ଏହି ସବୁ ସଂସ୍ଥାମାନେ ଜାଲି ବିଲ (ଇନଭଏସ୍)ରେ ୮୨୪ କୋଟି ଟଙ୍କାର ଶୁଳ୍କ ଠକେଇ କରିଛନ୍ତି। ଏ ବାବଦେ ସୂଚନା ମିଳିବା ପରେ ଜିଏସଟି ଅଧିକାରୀମାନେ ମୁମ୍ବାଇ ଜିଏସଟି ଇଣ୍ଟେଲିଜେନ୍ସକୁ ସୂଚିତ କରିଥିଲେ। ସେହି ଅନୁସାରେ ବୀମା କମ୍ପାନୀ, ମଧ୍ୟସ୍ଥ ୟୁନିଟ୍, ମାର୍କେଟିଂ ଓ ବ୍ରାଣ୍ଡିଂ କମ୍ପାନୀ, ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଓ ବିଭିନ୍ନ ବ୍ୟାଙ୍କର ପରିସର ତଲାସୀ ନିଆଯାଇଥିଲା।

ଏହି ଯାଞ୍ଚ କାଳରେ ସଂସ୍ଥାମାନେ ବସ୍ତୁ ଓ ସେବା ନ ଯୋଗାଇ ଇନପୁଟ କର କ୍ରେଡିଟ୍ (ଆଇଟିସି) ଲାଭ ନେଇଥିବାର ଜଣାପଡିଥିଲା। ଅଧିକାରୀଙ୍କ ଅନୁସାରେ ୧୫ ବୀମା କମ୍ପାନୀ, ମଧ୍ୟସ୍ଥ ୟୁନିଟ୍ , ଏନବିଏଫସି ଓ ବ୍ୟାଙ୍କ କଥିତ ରୂପେ ଏହି ଉପାୟରେ କର ଚୋରୀ କରୁଥିବା ଜଣାପଡିଥିଲା। ଏଥିରେ ସେମାନେ ଏପର୍ଯ୍ୟନ୍ତ ୮୨୪ କୋଟି ଟଙ୍କାର ଶୁଳ୍କଠକେଇ କରିଥିବାର ଜଣାପଡିଛି।

Related Articles

Back to top button