ରାଷ୍ଟ୍ରପତିଙ୍କ ଠାରୁ ‘ଦାଦା ସାହେବ ଫାଲକେ’ ପୁରସ୍କାର ଗ୍ରହଣ କଲେ ଆଶା ପାରେଖ

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟେରାନ୍ ଅଭିନେତ୍ରୀ ଆଶା ପାରେଖ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଛନ୍ତି। ୨୦୨୦ ବର୍ଷ ପାଇଁ ତାଙ୍କୁ ଚଳଚ୍ଚିତ୍ର ଜଗତର ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି।

ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ ପୂର୍ବରୁ ତାଙ୍କ ଉପରେ ପ୍ରସ୍ତୁତ ଏକ ଛୋଟ ଫିଲ୍ମ ପ୍ରଦର୍ଶିତ କରାଯାଇଥିଲା। ଶିଶୁ କଳାକାର ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଆଶା ପାରେଖ। ୧୯୫୨ରେ ୧୦ ବର୍ଷ ବୟସରେ ବିମଳ ରୟଙ୍କ ଫିଲ୍ମ ମା’ରେ ସେ ପ୍ରଥମେ ଅଭିନୟ କରିଥିଲେ। ସେ ୫ରୁ ଅଧିକ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ୧୯୫୯ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଦିଲ୍ ଦେକେ ଦେଖୋ’। ସ୍ୱର୍ଗତ ପ୍ରଯୋଜକ ଓ ନିର୍ଦ୍ଦେଶକ ନାସିର ହୁସେନଙ୍କ ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଆସିଥିଲେ ଆଶା। ଏହା ଥିଲା ତାଙ୍କ ଡେବ୍ୟୁ ଫିଲ୍ମ। ମାତ୍ର ୧୭ ବର୍ଷ ବୟସରେ ସେ ଏହି ଫିଲ୍ମ କରିଥିଲେ। ଆଉ ତା’ପରେ ସେ ପଛକୁ ଚାହିଁ ଦେଖି ନଥିଲେ।

Related Articles

Back to top button