ୟୁପିଆଇ ବା ନେଟବ୍ୟାଙ୍କିଙ୍ଗ ପେମେଣ୍ଟ ବେଳେ ଭୁଲ ଆକାଉଣ୍ଟକୁ ପଇସା ପଳେଇଲେ ଜାଣନ୍ତୁ କିପରି ଫେରି ପାଇବେ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଅନଲାଇନରେ ଟ୍ରାନ୍ସଫର କରି ହେଉଥିବା ୟୁପିଆଇ ଓ ନେଟ୍ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହିତ କରୁଛନ୍ତି। ୟୁପିଆଇ ଓ ନେଟ୍ ବ୍ୟାଙ୍କିଙ୍ଗ କରିବା ବେଳେ ଭୁଲ ହୋଇଯିବାର ଅନେକ ସମ୍ଭାବନା ଥାଏ। ଯଦି ୟୁପିଆଇ ଅଥବା ନେଟବ୍ୟାଙ୍କିଙ୍ଗ କରିବା ବେଳେ କାହା ଆକାଉଣ୍ଟକୁ ଭୁଲରେ ପଇସା ଚାଲିଯାଏ ତେବେ ଏଥିପାଇଁ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଗାଇଡଲାଇନ ଅନୁସାରେ ଯଦି ଭୁଲରେ ଭୁଲ ଆକାଉଣ୍ଟକୁ ପଇସା ଚାଲିଯାଏ ୪୮ ଘଣ୍ଟା ମଧ୍ୟରେ ପଇସା ରିଫଣ୍ଡ ନେଇ ପାରିବେ। ତେବେ ୟୁପିଆଇ ଅଥବା ନେଟବ୍ୟାଙ୍କିଙ୍ଗ ପରେ ସ୍ମାର୍ଟ ଫୋନରେ ପ୍ରାପ୍ତ ମ୍ୟାସେଜ୍ କୁ ଡିଲିଟ କରନ୍ତୁନି। ଏହି ମ୍ୟାସେଜରେ ପିପିବିଏଲ ନମ୍ବର ଥାଏ। ପଇସା ରିଫଣ୍ଡ ନେବା ପାଇଁ ଏହି ନମ୍ବର ଆପଣଙ୍କୁ ଆବଶ୍ୟକ ପଡିବ।

ଆରବିଆଇଙ୍କ ଦ୍ୱାରା ଜାରି ଗାଇଡଲାଇନ ଅନୁସାରେ ଆପଣଙ୍କ ପଇସା ୪୮ ଘଣ୍ଟାରେ ଫେରାଇବାର ଦାୟିତ୍ୱ ବ୍ୟାଙ୍କର। ଯଦି ବ୍ୟାଙ୍କ ପଇସା ଫେରସ୍ତ ପାଇବାରେ ସହଯୋଗ କରୁ ନାହାନ୍ତି ଏଥିରେ ଗ୍ରାହକ ବ୍ୟଙ୍କିଙ୍ଗ ଆମ୍ବୁଡସମ୍ୟାନ ଡଟ୍ ଆରବିଆଇ ଡଟ୍ ଓଆରଜି ଡଟ୍ ଇନରେ ଅଭିଯୋଗ କରିପାରିବେ। ଯଦି ଭୁଲରେ କାହା ଆକାଉଣ୍ଟକୁ ପଇସା ଚାଲିଯାଏ ତେବେ ଏଥିଲାଗି ଏକ ପତ୍ର ଲେଖି ବ୍ୟାଙ୍କକୁ ଜଣାଇବାକୁ ହେବ। ଯେଉଁଥିରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆକାଉଣ୍ଟଧାରୀଙ୍କ ନାମ, ଯେଉଁ ଆକାଉଣ୍ଟ ନମ୍ବରକୁ ଭୁଲରେ ପଇସା ଯାଇଛି ସେହି ଆକାଉଣ୍ଟ ନମ୍ବର ଆଦି ଦେବାକୁ ହେବ।

ତେବେ ୟୁପିଆଇ ଅଥବା ନେଟବ୍ୟାଙ୍କିଙ୍ଗ କରିବା ବେଳେ ସାବଧାନତା ଅବଲମ୍ବନ କରିବା ବାଞ୍ଛନୀୟ। ୟୁପିଆଇ କରିବା ସମୟରେ ଯାହାଙ୍କୁ ପଇସା ପଠାଉଛନ୍ତି ତାଙ୍କ ନାମ ଓ ଆକାଉଣ୍ଟ ନମ୍ବର ଯେପରି ଠିକ ଥାଏ ତାହା ସୁନିଶ୍ଚିତ କରନ୍ତୁ। ୟୁପିଆଇ କରିବା ସମୟରେ କ୍ୟୁଆର କୋଡ ମାଧ୍ୟମରେ ଦୋକାନୀଙ୍କୁ ତାଙ୍କ ନାମ ପଚାରି ଉଭୟକୁ ମିଳାଇ ନିଅନ୍ତୁ। ଏଥିରୁ ଆପଣ ଯାହାଙ୍କୁ ପଇସା ପଠାଉଛନ୍ତି ତାଙ୍କ ଆକାଉଣ୍ଟ ନମ୍ବର ଠିକ୍ କି ନୁହେଁ ନିଶ୍ଚିତ ହୋଇଯାଆନ୍ତୁ। ନେଟବ୍ୟାଙ୍କିଙ୍ଗ କରିବା ସମୟରେ ତରବର ହୁଅନ୍ତୁ ନାହିଁ ଓ ୟୁପିଆଇ କରିବା ପରେ ପାଉଥିବା ମ୍ୟାସେଜକୁ ଡିଲିଟ କରନ୍ତୁନି।

Related Articles

Back to top button