ଶ୍ରୀଲଙ୍କା ଏବଂ ୟୁକ୍ରେନରେ ଟ୍ୟାଲେଣ୍ଟ ଶସ୍ତାରେ ମିଳୁଛି, ଭାରତ ତୁଳନାରେ କମ ଟଙ୍କାରେ ନିଯୁକ୍ତି ଦେଉଛନ୍ତି ଭାରତୀୟ କମ୍ପାନି

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ୟୁକ୍ରେନର ଲୋକଙ୍କୁ କିଛି ଭାରତୀୟ କମ୍ପାନି ନିଯୁକ୍ତି ଦେଉଛନ୍ତି । ତେବେ ଏହା ପଛର କାରଣ ହେଉଛି ଦୁଇ ଦେଶ ସଂକଟ ଦେଇ ଗତି କରୁଛନ୍ତି। ଏଥିପାଇଁ ଏହି ଦୁଇ ଦେଶରେ ଟ୍ୟାଲେଣ୍ଟ ଶସ୍ତାରେ ମିଳୁଛି । ଏଦି ଦୁଇ ଦେଶରେ କମ୍ପାନି ଗୁଡିକୁ ୪୦-୬୪ ପ୍ରତିଶତ କମରେ ଯୋଗ୍ୟ ପ୍ରାର୍ଥୀ ମିଳୁଛନ୍ତି।

Digit Insuranceର ମାନବ ସମ୍ୱଳ ଅଧିକାରୀ ଜେଦକା ଅରୋରା କହିଛନ୍ତି, ଟେକ୍ ଟ୍ୟାଲେଣ୍ଟ ଯୁଦ୍ଧରେ ଆମେ ନୂଆ ସମାଧାନ ଖୋଜିବା ଆରମ୍ଭ କରୁଛି। ଆମେ ନାଇଜେରିଆ ଏବଂ ଶ୍ରୀଲଙ୍କରୁ Ui Developersଙ୍କୁ ନିଯୁକ୍ତି ଦେଉଛୁ। ଏହାସହ ଆମେ ୟୁକ୍ରେନକୁ ମଧ୍ୟ କିଛି ହାଏରିଂ କରୁଛୁ।

ମନିକଣ୍ଟ୍ରୋଲରକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହି ଦେଶରେ ଲୋକେ ରୋଜଗାର ହରାଉଛନ୍ତି । ଆମେ ଚୁକ୍ତି ଭତ୍ତିରେ ଏହି ନିଯୁକ୍ତି ଦେଉଛୁ। ଭାରତ ତୁଳନାରେ କମ ଟଙ୍କାରେ ଆମ ସହ କାମ କରୁଛନ୍ତି । ଏବେ ଏହିପରି ୬ରୁ ୭ ଜଣ ଆମ ସହ କାମ କରୁଛନ୍ତି । ଭବିଷ୍ୟତରେ ମଧ୍ୟ ଏହି ଟ୍ୟାଲେଣ୍ଟକୁ କମ୍ପାନି ନିଯୁକ୍ତି ଦେବ ।

ଉଲ୍ଲେଖଯୋଗ୍ୟ ଯେ, ଗତ ଏକ ବର୍ଷରୁ ଭାରତରେ ଟେକ୍ ଟ୍ୟାଲେଣ୍ଟର ଅଭାବ ଦେଖାଦେଇଛି । ଏହି କାରଣରୁ କମ୍ପାନି ଗୁଡିକୁ ଅଧିକ ଖର୍ଚ୍ଚ କରିବାକୁ ପଢୁଛି । ଏହାପାଇଁ କମ୍ପାନିର ମାନବ ସମ୍ୱଳ ବିଭାଗର ଚିନ୍ତା ବଢିଥିଲା । କର୍ମଚାରୀଙ୍କ ଉପରେ ହେଉଥିବା ଖର୍ଚ୍ଚ ବଢିବାର ପ୍ରଭାବ କମ୍ପାନିର ଲାଭ ଉପରେ ପଡୁଥିଲା।

ଜିନିୟସ କନସଲଟେଣ୍ଟର ଅଧ୍ୟକ୍ଷ ଆରପି ୟାଦବଙ୍କ ଅନୁସାରେ, ଗତ ଏକ ବର୍ଷରେ ଭାରତରେ ଟେକ୍ ଟ୍ୟାଲେଣ୍ଟ କଷ୍ଟ ୩୦୦ ପ୍ରତିଶତ ଯାଏଁ ବୃଦ୍ଧି ପାଇଛି। ତେବେ ଏହା ପଛର କାରଣ ଗୁଡିକ ମଧ୍ୟରେ ଷ୍ଟାର୍ଟଅପ ଇକୋସିଷ୍ଟମର ଗ୍ରୋଥ ଏବଂ ପ୍ରଡକ୍ଟ ଏବଂ ସର୍ଭିସ ଡିଲେଭରୀରେ ଟେକ୍ନୋଲଜିର ବହୁଳ ବ୍ୟବହାର ସାମିଲ ରହିଛି।

Related Articles

Back to top button