ସବୁଠୁ ବଡ଼ ନାଁ ଥିବା ରେଲୱେ ଷ୍ଟେସନ

ଭାରତୀୟ ରେଲୱେକୁ ଦେଶର ଲାଇଫ ଲାଇନ କୁହାଯାଏ। ପ୍ରତିଟି ବର୍ଗର ବ୍ୟକ୍ତି ଟ୍ରେନରେ ଯାତ୍ରା କରିଥାନ୍ତି । ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ କୌଣସି ନାଁ କୌଣସି ଷ୍ଟେସନକୁ ଯିବାକୁ ପଡିଥାଏ । ଦେଶରେ ୮ ହଜାରରୁ ଅଧିକ ଷ୍ଟେସନ ରହିଛି। ଅଧିକାଂଶ ରେଲୱେ ଷ୍ଟେସନର ନାଁ ସ୍ଥାନୀୟ ସହର କିମ୍ୱା ଅଞ୍ଚଳର ନାଁ ଅନୁସାରେ ରଖାଯାଇଥାଏ। ଅନେକ ରେଲୱେ ଷ୍ଟେସନର ନାଁ ଭିନ୍ନ ରହିଛି, କିନ୍ତୁ ଆପଣ କଣ ଜାଣିଛନ୍ତି କି ଦେଶର ସବୁଠୁ ବଡ଼ ଏବଂ ଛୋଟ ନାଁ ଥିବା ରେଲୱେ ଷ୍ଟେସନର ନାଁ କଣ ?

ଦେଶର ସବୁଠୁ ବଡ଼ ନାଁ ଥିବା ରେଲୱେ ଷ୍ଟେସନ ଆନ୍ଧ୍ର ପ୍ରଦେଶରେ ଅଛି। ଏହି ରେଲୱେ ଷ୍ଟେସନର ନାଁ ଭେଙ୍କଟନାରସିହ୍ମାରାଜୁବରିପେଟା (Venkatanarasimharajuvaripeta)। ଏହାର ସ୍ପେଲିଙ୍ଗରେ ୨୮ଟି ଅକ୍ଷର ରହିଛି । ଏହି ରେଲୱେ ଷ୍ଟେସନ ଆନ୍ଧ୍ର ପ୍ରଦେଶର ଏବଂ ତାମିଲନାଡୁ ସୀମାରେ ରହିବ। ସ୍ଥାନୀୟ ଲୋକେ ଏହାର ନାଁ ଆଗରେ ଶ୍ରୀ ଯୋଡିଥାନ୍ତି, ଏହାପରେ ଏହାର ସ୍ପେଲିଙ୍ଗରେ ୩ଟି ଅକ୍ଷର ଅଧିକ ବଢିଯାଏ।

ଅନ୍ୟପଟେ ଯଦି ଦେଶର ସବୁଠୁ ଛୋଟ ନାଁ ଥିବା ରେଲୱେ ଷ୍ଟେସନ କଥା କହିବା, ତେବେ ଏହି ରେଲୱେ ଷ୍ଟେସନ ଓଡିଶାରେ ରହିଛି। ଏହାର ନାଁ ଇବ(ib)। ଏହି ଷ୍ଟେସନ ନାଁରେ କେବଳ ୨ଟି ଅକ୍ଷର ରହିଛି।  ଏହି ରେଲୱେ ଷ୍ଟେସନରେ କମ ଟ୍ରେନର ରହିଥାଏ। କିନ୍ତୁ ଏହି ଷ୍ଟେସନ ନିଜ ନାଁ ପାଇଁ ଚର୍ଚ୍ଚାରେ ରହିଥାଏ। ଇବ ଷ୍ଟେସନର ନାଁ ଇବ ନଦୀ ନାଁରେ ରଖାଯାଇଛି।

Related Articles

Back to top button