ଭାରତୀୟ ରେଲୱେର ରାଜସ୍ୱରେ ୩୮ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ରେଲୱେର ମୋଟ ରାଜସ୍ୱ ୨୦୨୨ ଅଗଷ୍ଟ ଶେଷରେ ୩୮ ପ୍ରତିଶତ ବୃଦ୍ଧି ହୋଇ ୯୫,୪୮୬.୫୮ କୋଟି ଟଙ୍କାର ହୋଇଛି । ଏହି ସଂଖ୍ୟା ପୂର୍ବ ବର୍ଷ ସମାନ ଅବିଧରେ ୨୬,୨୭୧.୨୯ କୋଟି ଟଙ୍କା ଥିଲା । ରବିବାର ଏକ ସରକାରୀ ବୟାନରେ ଏହି ସୂଚନା ଦିଆଯାଇଛି । ବୟାନରେ କୁହାଯାଇଛି, ଏହି ସମୟରେ ଯାତ୍ରୀ ଯାତାୟାତରୁ ରାଜସ୍ୱ ୨୫,୨୭୬.୫୪ କୋଟି ଟଙ୍କା ଥିଲା । ଏହା ବାର୍ଷିକ ତୁଳନାରେ ୧୧୬ ପ୍ରତିଶତ ଅଧିକ । ପୂର୍ବ ବର୍ଷ ସମାନ ଅବଧିରେ ଏହି ସଂଖ୍ୟା ୧୩,୫୭୪.୪୪ କୋଟି ଟଙ୍କା ଥିଲା।

ବୟାନରେ କୁହାଯାଇଛି ମାଲ ପରିବହନରେ ମଧ୍ୟ ବୃଦ୍ଧି ଦେଖାଦେଇଛି । ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ମାଲ ରାଜସ୍ୱ ୧୦,୭୮୦.୦୩ କୋଟି ଟଙ୍କାର ୨୦ ପ୍ରତିଶତ ବୃଦ୍ଧି ସହ ୬୫,୫୦୫.୦୨ କୋଟି ଟଙ୍କା ହୋଇଥିଲା।

ଭାରତୀୟ ରେଳବାଇ ନିଜ ରାଜସ୍ୱ ବୃଦ୍ଧି କରିବା ସହ ରେଲୱେରେ ଆଧୁନୀକିକରଣକୁ ଜୋର ଦେଉଛି । ଏହାସହ ଆତ୍ମନିର୍ଭର ହେବା କ୍ଷେତ୍ରରେ ବହୁ ପଦକ୍ଷେପ ଗ୍ରହଣ କରୁଛି । ଏହା ଅଧିନରେ ବହୁପ୍ରତୀକ୍ଷିତ ଟ୍ରେନ ବନ୍ଦେ ଭାରତର ନିର୍ମାଣକୁ ଜୋରଦାର କରିଛି ।

Related Articles

Back to top button