୫ ରୁ ୧୮ ବର୍ଷର ପିଲାମାନଙ୍କ ଖୁବଶୀଘ୍ର ବଜାରକୁ ଆସିବ ନାଜାଲ କୋଭିଡ ଟୀକା

ନୂଆଦିଲ୍ଲୀ : କୋରନା ଭାଇରସ୍  ରୁ ସାରା ବିଶ୍ୱ ଏଯାବତ ସମ୍ପୂର୍ଣ ଭାବେ ରକ୍ଷା ପାଇନାହିଁ ।  ବର୍ତ୍ତମାନ  ସୁଦ୍ଧା ଏହାକୁ କିପରି ମାତ  ଦେଇ ହେବ ତାହା ଉପରେ ଅଧୟନ ପରୀକ୍ଷଣ ଚାଲିଛି । ତେବେ କିଛି  ଦିନ ତଳେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଇଣ୍ଟ୍ରାନାସାଲ୍ କୋଭିଡ  ଟିକା iNCOVACC କୁ ଅନୁମୋଦନ ଦେଇଛି । ଏହାପରେ କୋଭିଡ  ଟୀକା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ପକେଇଛି ।  ପାଞ୍ଚ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ନାସାଲ୍ କରୋନା ଟିକା  ଖୁବ ଶୀଘ୍ର  ମାର୍କେଟ ରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଭାରତ ବାୟୋଟେକ ଡ୍ରଗ୍ ନିୟନ୍ତ୍ରକଙ୍କଠାରୁ ଏଥିପାଇଁ  ଅନୁମତି ମାଗିଛି।  ଉଲ୍ଲେଖନୀୟ କଥା ହେଉଛି, ସେପ୍ଟେମ୍ବର ୬ ରେ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI)   iNCOVACC ଟିକାକୁ ଅନୁମୋଦନ ଦେଇଛି । ସରକାରୀ ସୂତ୍ର ଅନୁଯାୟୀ, ଭାରତ ବାୟୋଟେକ୍ ବର୍ତ୍ତମାନ ପାଞ୍ଚରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ iNCOVACC ର ନିରାପତ୍ତା, ପ୍ରତିକ୍ରିୟାଶୀଳତା ଏବଂ ପ୍ରତିରୋପଣର ମୂଲ୍ୟାଙ୍କନ କରିପାରିବ ।

ତେବେ ନାଜାଲ ଟୀକା ଅନ୍ୟ କୋଭିଡ ଟୀକା ତୁଳନାରେ କେତେ ପ୍ରଯୁଜ୍ୟ : ଦେଖିବାକୁ ଗଲେ କୋଭିଡ ର ଅନ୍ୟ ସବୁ ଟୀକା ତୁଳନାରେ ନାଜାଲ ଟୀକା ଅତ୍ୟନ୍ତ ଲାଭପ୍ରଦ ।ଚନା ଅନୁଯାୟୀ, ଏହି ନାଜାଲ  ଟିକା ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବହୃତ ହେଉଥିବା ଅନ୍ୟ ଟିକାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ପ୍ରଭାବଶାଳୀ ଅଟେ। ଏହାକୁ  ବ୍ୟବହାର କରିବା ମଧ୍ୟ ସହଜ, ଏହାକୁ ଘରେ ମଧ୍ୟ  ଅତି ସହଜରେ ବ୍ୟବହାର କରାଯାଇପାରିବ । ଏହା ମଧ୍ୟ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଆବଶ୍ୟକ  ନାହିଁ  । ଯେହେତୁ ଏହି ଟିକା ନାକ ମାଧ୍ୟମରେ ଦିଆଯାଏ, ନାକ ଭିତରେ ଥିବା ପ୍ରତିରକ୍ଷା ପ୍ରଣାଳୀ ଏହା ପ୍ରବେଶ କରିବା ମାତ୍ରେ ଜୀବାଣୁ ସୃଷ୍ଟି ହେବା କ୍ଷଣି ଏବଂ ନିଷ୍କ୍ରିୟ କରିବାର କ୍ଷମତା ରଖିପାରୁଛି ।

Related Articles

Back to top button