ଅଗଷ୍ଟରେ ପୁଣି ବଢ଼ିଲା ମୁଦ୍ରସ୍ଫୀତି

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ପୁଣି ବଢ଼ିଲା ମୁଦ୍ରସ୍ଫୀତି । କନ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ସିପିଆଇ) ପୁଣି ଥରେ ବଢ଼ି ୭ ପ୍ରତିଶତ ପାର୍ କରିଛି । ଯାହା ଜୁଲାଇରେ ୬.୭୧ ପ୍ରତିଶତ ରହିଥିଲା । ଆଉ ଏବେ ଏହା ପୁଣି ବଢ଼ିବା ଚିନ୍ତାର ବିଷୟ । କାରଣ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ତମାମ ପ୍ରୟାସକୁ ଝଟକା ଦେଇଛି ।

ଅଗଷ୍ଟର ସିପିଆଇ ମୁଦ୍ରାସ୍ଫୀତିର ସଂଖ୍ୟା ୭ ପ୍ରତିଶତ ହେବା, ଅନୁମାନ ରୁ କିଛି ଅଧିକ । ଏକ ରିପୋର୍ଟ ଅନୂଯାୟୀ, ସିପିଆଇ ମୁଦ୍ରସ୍ଫୀତି ବଢ଼ି ୬.୯ ପ୍ରତିଶତ ହେବା ନେଇ ଅନୁମାନ କରାଯାଉଥିଲା ।

ଆକଳନ ଅନୂଯାୟୀ, ଖାଦ୍ୟ ସାମଗ୍ରୀର ବର୍ଦ୍ଧିତ ଦର ଅଗଷ୍ଟରେ ୭.୬୨ ପ୍ରତିଶତ ରହିଥିଲା ଯାହା ଜୁଲାଇରେ ୬.୬୯ ପ୍ରତିଶତ ଥିଲା । ସେହିଭଳି ଗତବର୍ଷ ଅଗଷ୍ଟରେ ଏହା ୩.୧୧ ପ୍ରତିଶତ ଥିଲା ।

Related Articles

Back to top button