୩୦୦ ଟଙ୍କା ଶସ୍ତାରେ ମିଳିପାରିବ ଗ୍ରାହକ ପାଇବେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡର ବୁକ କରିବା ପାଇଁ ଯାଉଥିବା ଗ୍ରାହକମାନଙ୍କ ପାଇଁ ବଡ ଖୁସି ଖବର । ସାରା ଦେଶରେ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ପାଉଥିବା ବେଳେ ଏବେ ଏଥିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । ଏବେ ଆପଣଙ୍କୁ ୩୦୦ ଟଙ୍କା ଶସ୍ତାରେ ମିଳିପାରିବ ଗ୍ୟାସ ସିଲିଣ୍ଡର । ତେଣୁ ଆପଣଙ୍କ ନିକଟରେ ଶସ୍ତାରେ ଗ୍ୟାସ ସିଲିଣ୍ଡର ବୁକିଙ୍ଗ କରିବା ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ ।

ସରକାରୀ ତୈଳ କମ୍ପାନୀ ଇଣ୍ଡେନ ତରଫର ଗ୍ରାହକଙ୍କ ପାଇଁ ଆରମ୍ଭ ହୋଇଛି କମ୍ପୋଜିଟ ସିଲିଣ୍ଡର ସୁବିଧା । ଏହା ଦ୍ୱାରା ଗ୍ରାହକମାନେ ୭୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ପାଇପାରିବେ । କମ୍ପୋଜିଟ ସିଲିଣ୍ଡରକୁ ଖୁବ ସହଜରେ ଟ୍ରାନ୍ସଫର କରାଯାଇପାରିବ । ଏହି ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ମାତ୍ର ୭୫୦ ଟଙ୍କା ବ୍ୟୟ କରିବାକୁ ପଡିବ । ତେବେ ଏହି ଗ୍ୟାସ ଅନ୍ୟ ଗ୍ୟାସ ତୁଳନାରେ ୩୦୦ ଟଙ୍କା ରିହାତିରେ ପାଇବେ ଗ୍ରାହକ ।

ଦିଲ୍ଲୀରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୫୩ ଟଙ୍କା ରହିଥିବା ବେଳେ ଇଣ୍ଡେନ ଗ୍ୟାସ ଗ୍ରାହକଙ୍କୁ ମାତ୍ର ୭୫୦ ଟଙ୍କାରେ ଏହି ସିଲିଣ୍ଡର ପ୍ରଦାନ କରୁଛି । ତେବେ କମ୍ପୋଜିଟ ସିଲିଣ୍ଡରରେ ୧୦ କିଲୋ ଗ୍ୟାସ ମିଳିଥାଏ । ବର୍ତ୍ତମାନ ଏହି ଗ୍ୟାସ ମୋଟ ୨୮ରୁ ଅଧିକ ସହରରେ ଉପଲବ୍ଧ ରହିଛି । କିନ୍ତୁ ଖୁବଶୀଘ୍ର କମ୍ପାନୀ ଏହାକୁ ସମସ୍ତ ସହରରେ ଉପଲବ୍ଧ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

Related Articles

Back to top button