ଉପଗ୍ରହ ଉତକ୍ଷେପଣରୁ ଇସ୍ରୋର ଆୟ ୨୭୯ ନିୟୁତ ଡଲାର

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ତାହାର ବ୍ୟବସାୟିକ ଶାଖାଗୁଡିକ ଜରିଆରେ ବିଭିନ୍ନ ବିଦେଶୀ ଗ୍ରାହକଙ୍କର ଉପଗ୍ରହ ଉତକ୍ଷେପଣ କରି ୨୭୯ ନିୟୁତ ଡଲାର ବୈଦେଶିକ ବିନିମୟ ମୁଦ୍ରା ଆୟ କରିଛି। ଏ ସମ୍ପର୍କରେ ଲୋକସଭାରେ ପ୍ରକାଶ କରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ କହିଛନ୍ତି, ଇସ୍ରୋ ତାହାର ଛଅଟି ବ୍ୟବସାୟିକ ଶାଖା ସହିତ ମିଶି ସଫଳତାର ସହିତ ୩୪ଟି ରାଷ୍ଟ୍ରର ୩୪୫ଟି ବିଦେଶୀ ଉପଗ୍ରହ ଉତକ୍ଷେପଣ କରିଛି। ଉକ୍ତ ଉପଗ୍ରହଗୁଡିକୁ ପୋଲାର ସାଟେଲାଇଟ ଲଞ୍ଚ ଭେଇକଲ (ପିଏସଏଲ୍‍ଭି)ରେ ମହାକାଶକୁ ଛଡାଯାଇଛି। ଉପାର୍ଜିତ ବୈଦେଶିକ ମୁଦ୍ରା ମଧ୍ୟରେ ୫୬ ନିୟୁତ ଆମେରିକୀୟ ଡଲାର ଏବଂ ୨୨୦ ନିୟୁତ ୟୁରୋ ଅନ୍ତର୍ଭୁକ୍ତ।

Related Articles

Back to top button