ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟ କ୍ୟାମ୍ପସ୍‌କୁ ସ୍ମାର୍ଟ ଫୋନ୍‌ ନିଷେଧ

ବ୍ରହ୍ମପୁର : ସ୍ମାର୍ଟ ଫୋନ୍‌ ଥିଲେ କଲେଜ କ୍ୟାମ୍ପସ୍‌କୁ ପ୍ରବେଶ ମନା । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟ କ୍ୟାମ୍ପସ୍‌ ଭିତରକୁ ଛାତ୍ରୀମାନଙ୍କୁ  ସ୍ମାର୍ଟ ଫୋନ୍ ନେବାକୁ ବାରଣ କରାଯାଇଛି । ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି । କଲେଜ୍ ଫାଟକରେ କଡାକଡି ଭାବେ ତଦାରଖ କରାଯାଉଛି।

ସେପଟେ ଯେଉଁ ଛାତ୍ରୀଙ୍କ ଠାରେ ସ୍ମାର୍ଟ ଫୋନ୍ ଥିବା ଜଣାପଡିଲେ ସେହି ଛାତ୍ରୀମାନଙ୍କୁ କଲେଜ ଭିତରକୁ ପ୍ରବେଷ ନିଷେଧ କରିଛନ୍ତି । ତେବେ ଏଭଳି ପଦକ୍ଷେପକୁ କେତେକ ଛାତ୍ରୀ ସ୍ବାଗତ କରିଥିବା ବେଳେ ଅନ୍ୟ କେତେକ ଛାତ୍ରୀ ନାପସନ୍ଦ କରିଛନ୍ତି। ପୂର୍ବରୁ ଏନେଇ କଲେଜ କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଥିବା ବେଳେ ଛାତ୍ରୀଙ୍କୁ ଅବଗତ କରାଯାଇଥିବା କଲେଜ ଅଧ୍ୟକ୍ଷ କହିଛନ୍ତି । ଆଜି ଠାରୁ ଏହି ନିୟମକୁ ଲାଗୁ କରାଯାଇଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି ।

Related Articles

Back to top button