ବିଶ୍ୱର ପ୍ରଥମ ଉଡନ୍ତା ବାଇକ୍: ଘଣ୍ଟା ପ୍ରତି ବେଗ ୧୦୦ କି.ମି, ମୂଲ୍ୟ ୫୦ ହଜାର ଡଲାର

ଜାପାନ: ବିଶ୍ୱର ପ୍ରଥମ ଉଡନ୍ତା ବାଇକ୍ ଲଞ୍ଚ ହୋଇଛି। ଯଦି ଆପଣ ଟ୍ରାଫିକ ଜାମକୁ ନେଇ ବ୍ୟତିବ୍ୟସ୍ତ ଓ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଉଡି କରି ଯିବାକୁ ଆଗ୍ରହୀ ତେବେ ଏହା ଆପଣଙ୍କ ଲାଗି ଉପଯୁକ୍ତ। ଏକ ଜାପାନୀ ଷ୍ଟାର୍ଟଅପ କମ୍ପାନୀ ଏରୱିନ ଟେକ୍ନୋଲଜି ଏହି ବାଇକ୍ ନିର୍ମାଣ କରିଛନ୍ତି। ଯାହାକୁ କମ୍ପାନୀ ଡେଟ୍ରୟଟ ଅଟୋ ସୋରେ ଲଞ୍ଚ କରିଥିବା ବେଳେ ବିଶେଷଜ୍ଞମାନେ  ଉଚ୍ଚ ପ୍ରଶଂସା କରୁଛନ୍ତି।

ଏହି ବାଇକର ନାମ ଟୁରିଜମୋ। ଡେଟ୍ରଇଟ୍ ଅଟୋ ସୋ ସହ ଅଧ୍ୟକ୍ଷ ଥାଡ ଜୋଟ୍ ଉଡନ୍ତା ବାଇକୁ ଟେଷ୍ଟ ରାଇଡ କରିଥିବା ବେଳେ ନିଜର ବ୍ୟକ୍ତିଗତ ଅନୁଭବ ସେୟାର କରିଛନ୍ତି। ଯାହା ଅତ୍ୟନ୍ତ ଉତ୍ସାହଜନକ ବୋଲି କହିଛନ୍ତି। ଲୋକଙ୍କ ସ୍ୱପ୍ନକୁ ଏହି ବାଇକ୍ ବାସ୍ତବରେ ରୂପାନ୍ତରିତ କରିପାରିବ ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ଆପଣଙ୍କୁ ମୋଟା ଅର୍ଥ ବ୍ୟୟ କରିବାକୁ ପଡିବ। କମ୍ପାନୀ ଅନୁସାରେ ବାଇକର ମୂଲ୍ୟ ୭ ଲକ୍ଷ ୭୭ ହଜାର ଡଲାର, ଅର୍ଥାତ ଭାରତୀୟ ମୁଦ୍ରାରେ ୬ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ କରିବାକୁ ହେବ।

ବାଇକର ଓଜନ ୩୦୦ କେଜି , ଏହା ଘଣ୍ଟା ପ୍ରତି ଅଧିକତମ ୧୦୦ କିଲୋମିଟର ବେଗରେ ଉଡିକରି ଯାଇ ପାରିବ। ଏହାର ଛୋଟ ଇଲେକ୍ଟ୍ରିକ ମଡେଲ ମଧ୍ୟ ଅଛି। ଯାହାର ମୂଲ୍ୟ ୫୦ ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୩୯ଲକ୍ଷ ୮୨ ହଜାର ୫୨୫ ଟଙ୍କା ହୋଇପାରେ ବୋଲି ଆଶା କରାଯାଉଛି।

ଏହି ଉଡନ୍ତା ବାଇକ ର ବିକ୍ରି ଜାପାନରେ ଆରମ୍ଭ ହୋଇଗଲାଣି। ବାଇକ୍ ବ୍ଲାକ, ବ୍ଲୁ ଓ ରେଡ କଲରରେ ଏବେ ବଜାରରେ ଉପଲବ୍ଧ ହେଉଛି। ବାଇକ ନିର୍ମାତାମାନେ ୨୦୨୩ ବେଳକୁ ବାଇକ୍‌କୁ ଆମେରିକା ବଜାରରେ ଉପଲବ୍ଧ କରିବାକୁ ଯୋଜନା କରିଛନ୍ତି। ଏରୱିନସ ତାଙ୍କ ୱେବସାଇଟ୍‌ରେ ଏହି ବାଇକ୍‌ ସୁରକ୍ଷା ଓ ସୁରକ୍ଷାର ସହିତ ଉଡାଣକୁ ରୋମାଞ୍ଚକ ବୋଲି କହିଛନ୍ତି। ଯଦି ବାଇକ୍ କିଣିବାକୁ ଆଗ୍ରହୀ ତେବେ ତୁରନ୍ତ ଜାପାନ ଯୋଗାଯୋଗ କରିବାକୁ କୁହାଯାଇଛି।

Related Articles

Back to top button