୫ଜି ଟେଷ୍ଟିଂ ପାଇଁ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମି ସହ ହାତ ମିଳାଇଲା ଜିଓ

ନୂଆଦିଲ୍ଲୀ: ଅନେକ ଦିନର ଅପେକ୍ଷା ପରେ ଖୁବଶୀଘ୍ର ଭାରତରେ ୫ଜି ନେଟୱର୍କ ଲଞ୍ଚ ହେବାକୁ ଯାଉଛି । ୫ଜିକୁ ନେଇ ଟେଲିକମ୍ କମ୍ପାନୀ ନିଜ ନିଜ ପ୍ରସ୍ତୁତି ଜାରି ରଖିଛନ୍ତି । ନିକଟରେ ଏୟାରଟେଲ ଦେଶର ପ୍ରଥମ ପ୍ରାଇଭେଟ୍ ୫ଜି ନେଟୱର୍କର ସଫଳ ଟ୍ରାଏଲ କରିଥିବାର ସୂଚନା ଦେଇଛି ।

ଜିଓ ମଧ୍ୟ  ୫ଜି ନେଟୱର୍କ କୁ ନେଇ ପ୍ରସ୍ତୁତି ଚଳାଇଛି । ଆଉ ଏବେ କମ୍ପାନୀ ଏହି କ୍ରମରେ ଆଉ ପାଦେ ଆଗେଇଛି । ଜିଓ ୫ଜି ଟେଷ୍ଟିଂ ପାଇଁ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମି ସହ ହାତ ମିଳାଇଛି । ଉଭୟ କମ୍ପାନୀ ମିଶି ୫ଜି ନେଟୱର୍କ ପାଇଁ ଟେଷ୍ଟିଂ କରିବେ । ସାଓମିର ଲେଟେଷ୍ଟ ରେଡମୀ କେ ୫୦ ଆଇ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏଥିରେ ସାଓମି କମ୍ପାନୀ ୧୨ ୫ଜି ବ୍ୟାଣ୍ଡ୍ ଦେବ ।

ଏକ ରିପୋର୍ଟ ଅନୂଯାୟୀ ଜିଓର ୫ଜି ଟେଷ୍ଟ ଏହି ଫୋନରେ ହୋଇଛି । ଟେଷ୍ଟରେ ଗ୍ରାହକଙ୍କୁ ୪କେ ଭିଡିଓ ଷ୍ଟ୍ରିମିଙ୍ଗ୍, କ୍ଲାଉଡ୍ ଗେମିଙ୍ଗ୍ ଭଳି ଫିଚର ଟେଷ୍ଟ କରିବାକୁ ଦିଆଯାଇଥିଲା । ସାଓମିର ଆସନ୍ତା ରେଡମୀ ଫୋନକୁ ଏହି ସେବା ପାଇଁ ଜିଓ ୫ଜି ନେଟୱର୍କରେ ଟେଷ୍ଟ କରାଯାଇଛି । ରିପୋର୍ଟ ଅନୂଯାୟୀ ଅନେକ ଟେଷ୍ଟ ଏହି ଫୋନରେ ଅତି ସହଜରେ ହୋଇଥିଲା ।

Related Articles

Back to top button