‘ଏକ ଭିଲେନ୍ ରିଟର୍ନସ’ର ‘ଶାମତ’ ଗୀତ ରିଲିଜ୍‌, ସିଙ୍ଗିଙ୍ଗ୍‌ରେ ଡେବ୍ୟୁ କଲେ ତାରା

ମୁମ୍ବାଇ: ୮ ବର୍ଷ ପରେ ବଡ ପରଦାକୁ ଫେରୁଛି ଏକ୍‌ ଭିଲେନ୍‌ର ସିକ୍ବେଲ୍‌। ନିକଟରେ ‘ଏକ ଭିଲେନ୍ ରିଟର୍ନସ’ର କିଛି ପୋଷ୍ଟର ରିଲିଜ୍‌ ହୋଇଥିଲା ​।ଯେଉଁଥିରେ ଫିଲ୍ମର ଷ୍ଟାର କାଷ୍ଟ ଦିଶା ପାଟାନି, ଜନ୍ ଆବ୍ରହାମ, ଅର୍ଜୁନ କପୁର ଏବଂ ତାର ସୁତାରିଆଙ୍କୁ ଦେଖିବାକୁ ମିଳିଥିଲା।  ବର୍ତ୍ତମାନ ଫିଲ୍ମର ସିକ୍ୱେଲ ଜୁଲାଇ ୨୯ରେ ରିଲିଜ ହେବା ପାଇଁ ପ୍ରସ୍ତୁତ। ରିଲିଜ୍‌ ପୂର୍ବରୁ ଫିଲ୍ମର ଗୀତ ସୋସିଆଲ୍‌ ମିଡିଆରେ ଧମାଲ୍‌ କରୁଛି। କାହିଁକି ନା ଏହି ‘ଶାମତ୍‌’ ଗୀତକୁ ଅଭିନେତ୍ରୀ ତାରା ସୂତରିଆ ଗାଇଛନ୍ତି । ଏହି ଫିଲ୍ମ ମାଧ୍ୟରେରେ ଗୀତ ଗାଇ ନିଜର ଡେବ୍ୟୁ କରିଛନ୍ତି । ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏକ ଭିଲେନ୍ ରିଟର୍ନସ୍ ଟି-ସିରିଜ୍ ଏବଂ ବାଲାଜୀ ଟେଲିଫିଲ୍ସ ଦ୍ୱାରା ମିଳିତ ଭାବରେ ନିର୍ମିତ।

ମୁମ୍ବାଇ୧୭।୦୭: ୮ ବର୍ଷ ପରେ ବଡ ପରଦାକୁ ଫେରୁଛି ଏକ୍‌ ଭିଲେନ୍‌ର ସିକ୍ବେଲ୍‌। ନିକଟରେ ‘ଏକ ଭିଲେନ୍ ରିଟର୍ନସ’ର କିଛି ପୋଷ୍ଟର ରିଲିଜ୍‌ ହୋଇଥିଲା ​।ଯେଉଁଥିରେ ଫିଲ୍ମର ଷ୍ଟାର କାଷ୍ଟ ଦିଶା ପାଟାନି, ଜନ୍ ଆବ୍ରହାମ, ଅର୍ଜୁନ କପୁର ଏବଂ ତାର ସୁତାରିଆଙ୍କୁ ଦେଖିବାକୁ ମିଳିଥିଲା।  ବର୍ତ୍ତମାନ ଫିଲ୍ମର ସିକ୍ୱେଲ ଜୁଲାଇ ୨୯ରେ ରିଲିଜ ହେବା ପାଇଁ ପ୍ରସ୍ତୁତ। ରିଲିଜ୍‌ ପୂର୍ବରୁ ଫିଲ୍ମର ଗୀତ ସୋସିଆଲ୍‌ ମିଡିଆରେ ଧମାଲ୍‌ କରୁଛି। କାହିଁକି ନା ଏହି ‘ଶାମତ୍‌’ ଗୀତକୁ ଅଭିନେତ୍ରୀ ତାରା ସୂତରିଆ ଗାଇଛନ୍ତି । ଏହି ଫିଲ୍ମ ମାଧ୍ୟରେରେ ଗୀତ ଗାଇ ନିଜର ଡେବ୍ୟୁ କରିଛନ୍ତି । ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏକ ଭିଲେନ୍ ରିଟର୍ନସ୍ ଟି-ସିରିଜ୍ ଏବଂ ବାଲାଜୀ ଟେଲିଫିଲ୍ସ ଦ୍ୱାରା ମିଳିତ ଭାବରେ ନିର୍ମିତ।

ଅଙ୍କିତ ତିୱାରୀ ତାରା ସୂତରିଆ ସହ ଏହି ଗୀତରକୁ ସ୍ୱର ଦେଇଛନ୍ତି। ପ୍ରଶଂସକମାନେ ଉଭୟଙ୍କ ସ୍ୱରକୁ ବହୁତ ଭଲ ପାଉଥିବାର ଦେଖିବାକୁ ମିଳୁଛି। ତାରା ଗୀତ ଗାଇ ଡେବ୍ୟୁ କରି ଖୁସି ପ୍ରକାଶ କରିସାରିଛନ୍ତି। ସୋସିଆଲ ମିଡିଆ ଜରିଆରେ ସେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଗୀତ ଗାଇବା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ, ଏହି ଗୀତର ଏକ ବିଶେଷ ଅଛି ଏଥିରେ ମଧ୍ୟ ରାପର ବାଦଶାହଙ୍କ ଆପିରିୟନ୍ସ ରହିଛି ।

‘ଶାମତ୍’ ହେଉଛି ବର୍ଷର ଧମାଲ୍‌ ଆନ୍ଥେମ୍ ଯାହାକୁ ବହୁତ ପସନ୍ଦ କରାଯାଉଛି। ନିକଟରେ ରିଲିଜ୍ ହୋଇଥିବା ଏହି ଗୀତକୁ ୧୫ ଲକ୍ଷରୁ ଅଧିକ ଭ୍ୟୁ ଆସିଛି । ପ୍ରଶଂସକମାନେ ମଧ୍ୟ ତାରଙ୍କ ସ୍ୱରକୁ ବହୁତ ପସନ୍ଦ କରୁଥିବା ବେଳେ ଅଭିନେତ୍ରୀଙ୍କ ଗୀତ ପ୍ରତିଭାକୁ ପ୍ରଶଂସା କରିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ପ୍ରଶଂସକମାନେ ଏହି ଫିଲ୍ମର ହିରୋ କିଏ ଏବଂ ଭିଲେନ୍ କିଏ ଜାଣିବାକୁ ହତାଶ ହେଉଛନ୍ତି। ଟ୍ୱିଟରରେ ଏହି ଗୀତଟିକୁ ସେୟାର କରି ଅର୍ଜୁନ ଲେଖିଛନ୍ତି – ‘ଦି ରକ୍ ଆନ୍ଥେମ୍ ଅଫ୍‌ ଦ ଇୟର ଶେଷରେ ତୁମର! ଶାମତ୍ ଗୀତ ଆଉଟ୍‌ । ଟ୍ୟୁନ୍ କରନ୍ତୁ , ଏହି ଭିଲେଣ୍ଟାଇନ୍ସ ଡେ -୨୯ ଜୁଲାଇ ୨୦୨୨ପ୍ରେକ୍ଷାଳୟରେ ରିଲିଜ୍‌ ହେବ।

Related Articles

Back to top button