ଋଣ ଠକେଇରୁ ବର୍ତ୍ତିବାକୁ ଚାହୁଁଥିଲେ ଜାଣନ୍ତୁ ଏହି ନିୟମ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଋଣ ଆଦାୟରେ ତୃତୀୟ ପକ୍ଷର  ହସ୍ତକ୍ଷେପ ଅନେକ ସମସ୍ୟା ସୃଷ୍ଟି କରୁଛି । ଏହାବ୍ୟତୀତ ଦିନକୁ ଦିନ ଦେଶରେ ଡିଜିଟାଲ ଋଣ ଠକେଇ ମଧ୍ୟ ବୃଦ୍ଧି ପାଉଛି । ଏହିସବୁ ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ ) ଡିଜିଟାଲ ଲେଣ୍ଡିଂ/ ଡିଜିଟାଲ ଋଣ ଉପରେ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ, ଡିଜିଟାଲ ଋଣ ପ୍ରଦାନକାରୀ ସଂସ୍ଥାଗୁଡିକୁ ସିଧାସଳଖ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଋଣ ଟଙ୍କା ପଠାଇବେ । ଏଥିପାଇଁ ସେମାନେ ତୃତୀୟ ପକ୍ଷର ବ୍ୟବହାର କରିବେ ନାହିଁ । ଋଣଦାତା ସଂସ୍ଥା ଏବଂ ଗ୍ରାହକଙ୍କ ମଧ୍ୟରେ ହେଉଥିବା ପ୍ରତିଟି ଆର୍ଥିକ ନେଣଦେଣ ଆରବିଆଇ ପରିସରରେ ଆସିଥାଏ । ତେଣୁ କେନ୍ଦ୍ରୀୟ ବ୍ୟାଙ୍କ ଋଣ ସହ ଜଡିତ ଡିଜିଟାଲ ଗ୍ରାହକଙ୍କ ସୁବିଧା ପାଇଁ ନୂଆ ଗାଇଡଲାଇନ ଆଣିଛନ୍ତି ।

ଆରବିଆର ନୂଆ ନିୟମ ଅନୁସାରେ, ଇ-କେୱାଇସି(e-KYC) ଦାଖଲ କରିବା ପରେ ହିଁ ଋଣ ପ୍ରଦାନକାରୀ ସଂସ୍ଥା( creditor firm) ଗ୍ରାହକଙ୍କ ଆକାଉଣ୍ଟକୁ ସିଧାସଳଖ ଋଣ ରାଶି ଜମା କରିପାରିବେ । କିଛି ଫାର୍ମ, ବିଶେଷକରି ଲୋନ ଆପ୍‌ଗୁଡିକ ଏ ସମ୍ବନ୍ଧୀୟ ନିୟମାବଳୀକୁ ଉଲ୍ଲଙ୍ଘନ କରୁଥିବା ଦେଖାଯାଉଛି । ତେଣୁ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ, ଋଣଦାତା ଠାରୁ ଗ୍ରାହକଙ୍କ ମଧ୍ୟରେ ହେଉଥିବା ଆର୍ଥିକ ନେଣଦେଣରେ ଅନ୍ୟ କୌଣସି ଫାର୍ମ ହସ୍ତକ୍ଷେପ କରିପାରିବ ନାହିଁ । ଅର୍ଥାତ୍ ଏଥିପାଇଁ ସେମାନେ ତୃତୀୟ ପକ୍ଷର ବ୍ୟବହାର କରିବେ ନାହିଁ । ବିଶେଷକରି ଫାଇନାନସିଆଲ ଟେକ୍ନୋଲୋଜି କମ୍ପାନୀ ବା ଲୋନ ଆପ୍‌ଗୁଡିକ ଋଣ ନାଁରେ କରୁଥିବା ଶୋଷଣ ଉପରେ ରୋକ ଲଗାଇବାକୁ ଏହି ନିୟମ ଜାରି କରିଛି କେନ୍ଦ୍ରୀୟ ବ୍ୟାଙ୍କ ।

ଋଣ ନିଆଯିବା ସମୟରେ କ୍ରେଡିଟ ବ୍ୟୁରୋ(credit bureau) ସମସ୍ତ ପ୍ରାସଙ୍ଗିକ ଡାଟା ସଂଗ୍ରହ କରିଥାଏ । ବ୍ୟୁରୋ ଋଣ ରାଶି ଏବଂ ଟର୍ମ ସମେତ ଏହା ସମ୍ବନ୍ଧୀୟ ସବୁ ପ୍ରକାର ବିବରଣୀ ରେକର୍ଡ କରିଥାଏ । ହେଲେ କିଛି ଡିଜିଟାଲ ଲୋନ ଫାର୍ମ କ୍ରେଡିଟ ବ୍ୟୁରୋକୁ ଏହି ତଥ୍ୟ ପ୍ରଦାନ କରିନଥାନ୍ତି । ଏପରିକି ଗ୍ରାହକ ନିୟମିତ ଭାବେ ପେମେଣ୍ଟ କରୁଥିଲେ ମଧ୍ୟ ଏହି ସୂଚନା ବ୍ୟୁରୋ ପାଖରେ ନଥାଏ । ଯାହାକି ସମ୍ପୃକ୍ତ ଗ୍ରାହକଙ୍କ କ୍ରେଡିଟ ସ୍କୋରକୁ ପ୍ରଭାବିତ କରିଥାଏ । କିନ୍ତୁ ଏବେଠାରୁ buy now pay later (BNPL) ସେବା ପ୍ରଦାନକରୀ ଫାର୍ମଗୁଡିକ ପାଇଁ ମଧ୍ୟ CIBIL ଏବଂ ଏକ୍ସପେରିଆନ ଭଳି କ୍ରେଡିଟ ଏଜେନ୍ସିକୁ ସମସ୍ତ ବିବରଣୀ ଦେବା ବାଧ୍ୟତାମୂଳକ କରାଯାଇଛି ।

Related Articles

Back to top button