୨୫ କୋଟି ଲଟେରୀ ଜିତିବା ପରେ ଚାଲିଗଲା ମାନସିକ ଶାନ୍ତି

ତିରୁଅନନ୍ତପୁରମ: କେରଳର ରାଜଧାନୀ ତିରୁଅନନ୍ତପୁରମରେ ଅଟୋ ଡ୍ରାଇଭର ଅନୁପ ୨୫ କୋଟି ଟଙ୍କାର ଲଟେରୀ ଜିତିବା ପରେ ବି ଚିନ୍ତାରେ ଅଛନ୍ତି । ସେ ଏବଂ ତାଙ୍କ ପରିବାର ଏପରି ସ୍ଥିତି ଦେଇ ଗତି କରୁଛନ୍ତି ଯାହା ବାବଦରେ ସେମାନେ କେବେ ମଧ୍ୟ ଭାବି ନଥିଲେ । ଆରମ୍ଭରେ ବିଜୟର ଉତ୍ସାହରେ ଥିବା ଅନୁପଙ୍କ ମାନସିକ ସ୍ଥିତି ଏବେ ବେହାଲ । ଅନୁପଙ୍କ କହିବା ଅନୁସାରେ- ‘କାଳେ, ମୁଁ ଏହି ଲଟେରୀ ଜିତି ନଥାନ୍ତି । ମୋ ମନର ଶାନ୍ତି ଚାଲି ଯାଇଛି । ଏବେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରସାୟ କରୁଛି’।

ଲଟେରୀ ଜିତିବା ପରେ ଅନୁପଙ୍କ ଘର ବାହାରେ ସାହାଯ୍ୟ ଅପେକ୍ଷାରେ ଲୋକଙ୍କ ଭିଡ ଜମୁଛି । ବିଭିନ୍ନ ଏନଜିଓ ଲଗାତାର ତାଙ୍କ ଘରେ ପହଞ୍ଚୁଛନ୍ତି । ଅନୁପଙ୍କ ପରିବାରର କହିବା ଅନୁସାରେ, ଘର ବାହାରେ ଲୋକଙ୍କ ଭିଡ ଜୁମୁଛି ଏବଂ ସେଠାରୁ ହଟିବା ପାଇଁ ରାଜି ହେଉ ନାହାନ୍ତି । News18 ଅନୁସାରେ ଅନୁପ କହିଛନ୍ତି, ଆମେ ଆମ ଘରେ ବନ୍ଦୀ ହୋଇ ଥିବା ଅନୁଭବ କରୁଛୁ । ଏଠାରେ ଚାରିଆଡେ ଲୋକେ ଏକାଠି ହୋଇ ଅଛନ୍ତି । ଘରର କବାଟ ବାହାରୁ ବନ୍ଦ କରି ଦେଇଥିଲେ ।

ଅନୁପ କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା କୌଣସି ଟଙ୍କା ମିଳି ନାହିଁ ଏବଂ ଏହି ଟଙ୍କାରେ କଣ କରିବି ସେ ବିଷୟରେ ମଧ୍ୟ ଚିନ୍ତା କରିନାହିଁ । ଏବେ ଘରୁ ବାହାରକୁ ବାହିବାରେ ଭୟ ଲାଗୁଛି । ରାସ୍ତାରେ କଣ ହୋଇଯିବ ବୋଲି ମନରେ ଭୟ ରହିଛି’। ଅନୁପ କହିଛନ୍ତି, ‘ଏବେ ମୁଁ ଆଶା କରୁଛି କାଳେ ମୁଁ ଏହା ଜିତି ନଥାନ୍ତି। ପ୍ରଥମେ ପ୍ରଥମେ ଲୋକଙ୍କ ଶୁଭେଚ୍ଛା ଏବଂ ମିଡିଆର ଗୁରୁତ୍ୱ ଭଲ ଲାଗିଥିଲା । କିନ୍ତୁ ଏବେ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଛି । ମୁଁ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି, ଏହି ନିଷ୍ପତ୍ତି ଭାବି ଚିନ୍ତି ଏବଂ ବଡ଼ ସ୍ତରରେ ନେବାକୁ ପଡିବ’।

Related Articles

Back to top button