ଭାରତର ଧନୀ ମହିଳାଙ୍କ ତାଲିକା ଜାରି: ରୋଶନୀ ନାଦାର ମଲହୋତ୍ରା ଏକ ନମ୍ବର

ନୂଆଦିଲ୍ଲୀ: ପୁଣି ଏକ ନମ୍ବରରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜୀର ଚେୟାର ପର୍ଶନ ରୋଶନୀ ନାଦାର ମଲହୋତ୍ରା।  ଦେଶର କୋଟିପତି ମହିଳାଙ୍କ ତାଲିକାରେ ରୋଶନୀ ପୂର୍ବଥର ଭଳି ଏଥର ବି ଏକ ନମ୍ବର ସ୍ଥାନ ବଜାଇ ରଖିଛନ୍ତି। ସେହିପରି ନିଜେ ଉଦ୍ୟୋଗ ଗଢ଼ିଥିବା ମହିଳାଙ୍କ ତାଲିକାରେ ଫାଲଗୁନି ନାୟର ସବୁଠାରୁ ଧନୀ ମହିଳା ହୋଇଛନ୍ତି।

କୋଟାକ ପ୍ରାଇଭେଟ୍ ବ୍ୟାଙ୍କିଙ୍ଗ ହୁରୁନ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତର ଧନୀ ମହିଳାଙ୍କ ନାଁ ଉଲ୍ଲେଖ ରହିଛି। ୨୦୨୧ ବର୍ଷ ସୁଧା ଏଚ୍‌ସିଏଲ୍‌ର ରୋଶନୀ ନାଦରଙ୍କ ସମ୍ପତ୍ତିରେ ୫୪ ପ୍ରତିଶତ ବୃଦ୍ଧି ହୋଇ ୮୪,୩୩୦ କୋଟି ସହ ଏକ ନମ୍ବରରେ ଅଛନ୍ତି।

ସେହିପରି ୧୦ ବର୍ଷ ପୂର୍ବେ ବ୍ୟାଙ୍କିଂ କ୍ୟରିୟରରୁ ହଟି ଫେସନରେ ବ୍ରାଣ୍ଡ ଆରମ୍ଭ କରିଥିବା ଫାଲଗୁନି ନାୟର ମଧ୍ୟ ସେଲ୍ଫ ମେଡ୍ ଓମେନ୍ କ୍ୟାଟେଗୋରୀରେ ଏକ ନମ୍ବର ଧନୀ ମହିଳା ହୋଇଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫୭,୫୨୦ ଟଙ୍କା ରହିଛି।

୫୯ ବର୍ଷୀୟା ନାୟରଙ୍କ ସମ୍ପତ୍ତିରେ ୯୬୩ ପ୍ରତିଶତ ବୃଦ୍ଧି ହୋଇଛି। ସେଲ୍‌ଫ ମେଡ୍ ମହିଳାଙ୍କ ବର୍ଗରେ ଫାଲଗୁନି ଏକ ନମ୍ବରରେ ଥିବା ବେଳେ ଧନୀ ମହିଳାଙ୍କ ତାଲିକାରେ ମଧ୍ୟ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଧନୀ ମହିଳାଙ୍କ ତାଲିକାରେ ନମ୍ବର ୱାନ୍‌ରେ ଅଛନ୍ତି ଏଚ୍‌ସିଏଲ୍ ଟେକ୍ନୋଲୋଜୀ ଫାଉଣ୍ଡର ଶିବ ନାଦରଙ୍କ ୪୦ ବର୍ଷୀୟା ଝିଅ ରଶୋନୀ ମଲହୋତ୍ରା।

ଅନ୍ୟପଟେ ବାଇୟୋ ଫାର୍ମାସୁଟିକାଲ କମ୍ପାନୀ ବାଇଓକୋନର କିରଣ ମଜମୁଦାରଙ୍କ ସମ୍ପତ୍ତିରେ ୨୧ ପ୍ରତିଶତ ହ୍ରାସ ହୋଇଛି। ଫଳରେ ସେ ଧନୀ ମହିଳାଙ୍କ ତାଲିକାରେ ଏକ ନମ୍ବରରୁ ୩ ନମ୍ବର ସ୍ଥାନକୁ ଖସି ଆସିଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୨୯,୦୩୦ କୋଟି  ରହିଛି।

୧୦୦  ଭାରତୀୟ ଧନୀ ମହିଳାଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁମାନେ ଭାରତରେ ଜନ୍ମ ହୋଇଥିବେ ଏଇଠି ବଢ଼ିଥିବେ ଓ ବ୍ୟବସାୟ ଆରମ୍ଭ କରି ନିଜକୁ ଗଢ଼ିଥିବେ। ବର୍ଷକ ଭିତରେ ଏହି ୧୦୦ ଧନୀ ମହିଳାଙ୍କର ମୋଟ ସମ୍ପତ୍ତିରେ ୫୩ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୦ରେ ମୋଟ ସମ୍ପତ୍ତିର ମୂଲ୍ୟ ୨.୭୨ ଲକ୍ଷ୍ୟ ହୋଇଥିବା ବେଳେ ୨୦୨୧ରେ ସମ୍ପତ୍ତି ବୃଦ୍ଧି ହୋଇ ୪.୧୬ ଲକ୍ଷ୍ୟରେ ପହଞ୍ଚିଛି। ଯାହା ଭାରତର ନୋମିନାଲ ଜିଡିପିର ଦୁଇ ପ୍ରତିଶତ।

ଧନୀ ତାଲିକାରେ ସ୍ଥାନ ପାଇବାକୁ ହେଲେ ନିର୍ଦ୍ଧାରିତ ଧନରାଶି ୧୦୦ କୋଟିରୁ ୩୦୦ କୋଟି କରାଯାଇଥିଲା। ସେଥିମଧ୍ୟରୁ ଟପ୍ ୧୦ରେ ରହିବାକୁ ହେଲେ ନିର୍ଦ୍ଧାରତ ଧନରାଶି ୬,୬୨୦ ଥିଲା। ଏହି ତାଲିକାରେ ଦିଲ୍ଲୀରୁ ସର୍ବାଧିକ ୨୫ ମହିଳା ସ୍ଥାନ ପାଇଥିବା ବେଳେ ମୁମ୍ବାଇୁ ୨୧ ଓ ହାଇଦ୍ରାବଦରୁ ୧୨ ସ୍ଥାନ ପାଇଥିଲେ।

ସେହିପରି ଯଦି ଆମେ ବିଭାଗ ଅନୁସାରେ ସୂଚବଦ୍ଧ ହୋଇଥିବା ମହିଳାଙ୍କ ତାଲିକା ଦେଖିବା ତେବେ ସ୍ୱାସ୍ଥ୍ୟ ବିଭାଗରେ ୧୧ ଜଣ ସାମିଲ୍ ହୋଇଥିବା ବେଳେ ଗ୍ରାହକ ସାମଗ୍ରୀରୁ ୯ ଧନୀ ମହିଲା ସ୍ଥାନ ପାଇଥିଲେ। ଏହି ତାଲିକାରେ ଆପୋଲୋ ହସ୍‌ପିଟାଲ ଏଣ୍ଟରପ୍ରାଇସ୍‌ରୁ ୪ ଜଣ ଧନୀ ମହିଳା ଯୋଗ ଦେଇଥିଲେ। ଯାହା ଏକାକୀ ଗୋଟିଏ କମ୍ପାନୀ ସର୍ବାଧିକ ଯୋଗଦାନ ଥିଲା। ଏହାପରେ ମେଟ୍ରୋ ଶୁଜ୍ ଓ ଦେବୀ ସି ଫୁଡ୍‌ କମ୍ପାନୀରୁ ଦୁଇ ଜଣ ଲେଖାଏ ଧନୀ ମହିଳା ତାଲିକାରେ ସ୍ଥାନ ପାଇଥିଲେ।

ତେବେ ଧନି ତାଲିକାରେ ଭୋପାଳର ବିମାନ ସେବା କମ୍ପାନୀ ଜେଟ୍‌ସେଟଗୋର ୩୩ ବର୍ଷୀୟା କନିକା ତେକ୍ରିୱାଲ ସବୁଠାରୁ କନିଷ୍ଠ ଥିଲେ। ତାଙ୍କ ସମ୍ପତ୍ତିରେ ମଧ୍ୟ ୫୦ ପ୍ରତିଶତ ବୃଦ୍ଧି ହୋଇ ୪୨୦ କୋଟିରେ ପହଞ୍ଚିଥିଲା।

ଏହି ତାଲିକାରେ ୩ ପ୍ରଫେସନାଲ ମହିଳା ମ୍ୟାନେଜରଙ୍କ ନାଁ ବି ସାମିଲ ରହିଛି। ସେମାନେ ହେଲେ ପେପ୍‌ସିକୋରେ ଥିବା ଇନ୍ଦ୍ରା ନୋୟୀ (୫,୦୪୦ କୋଟି), ଏଚ୍‌ଡିଏଫ୍‌ସିର ବନ୍ଧକ ଋଣଦାତା ରେଣୁ ସୁଦ କର୍ଣ୍ଣାଡ(୮୭୦ କୋଟି), କୋଟାକ ମହିନ୍ଦ୍ରା ବ୍ୟାଙ୍କର ଶାନ୍ତି ଏକମ୍ବରମ ୩୨୦ କୋଟି ସମ୍ପତ୍ତି ସହ ତାଲିକାରେ ସାମିଲ ଅଛନ୍ତି।

Related Articles

Back to top button