୯୩ବର୍ଷ ବୟସରେ ବିଶିଷ୍ଟ ବ୍ୟବସାୟୀ ପାଲୋନଜୀ ମିସ୍ତ୍ରୀଙ୍କ ଦେହାନ୍ତ

Pallonji Mistry, chairman of Shapoorji Pallonji group, passes away at 9

ବିଶିଷ୍ଟ ବ୍ୟବସାୟୀ ପାଲୋନଜୀ ମିସ୍ତ୍ରୀ (Pallonji Mistry)ଙ୍କ ପରଲୋକ । ଶାପୁରଜୀ ପାଲୋନଜୀ ଗ୍ରୁପର ମୁଖ୍ୟ ଥିଲେ ପାଲୋନଜୀ ମିସ୍ତ୍ରୀ । ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରେ ପାଲୋନଜୀ ମିସ୍ତ୍ରୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।

ଶାପୁରଜୀ ପାଲୋନଜୀ ଗ୍ରୁପ(Shapoorji Pallonji Group) ଦେଶର ସବୁଠୁ ପ୍ରତିଷ୍ଠିତ ବ୍ୟବସାୟୀକ ସଂସ୍ଥା ମଧ୍ୟରୁ ଗୋଟିଏ । ୧୫୦ବର୍ଷରୁ ଅଧିକ ସମୟ ଧରି ବ୍ୟବସାୟୀକ ଦୁନିଆରେ ନିଜର ପ୍ରତିଷ୍ଠା ବଜାୟ ରଖିଥିବା ଶାପୁରଜୀ ପାଲୋନଜୀ ଗ୍ରୁପର ସଫଳତାର ଶ୍ରେୟ କୋଟିପତି ପାଲୋନଜୀ ମିସ୍ତ୍ରୀଙ୍କୁ ଦିଆଯାଏ ।

ପାଲୋନଜୀ ଗ୍ରୁପର ବ୍ୟବସାୟ ନିର୍ମାଣ, ଇଞ୍ଜିନିୟରିଂ, ରିୟଲ ଇଷ୍ଟେଟ ସମେତ ଅନ୍ୟ କ୍ଷେତ୍ରରେ ପରିବ୍ୟାପ୍ତି । ସୂଚନା ଅନୁଯାୟୀ, ଶାପୁରଜୀ ପାଲୋନଜୀ ଗ୍ରୁପରେ(Shapoorji Pallonji Group) ପ୍ରାୟ ୫୦ହଜାର ଲୋକ କାମ କରନ୍ତି । ବିଶ୍ବର ୫୦ଟି ଦେଶରେ ଶାପୁରଜୀ ଗ୍ରୁପର କମ୍ପାନୀ ରହିଛି ।

ପାଲୋନଜୀ ମିସ୍ତ୍ରୀ ଭାରତର ସର୍ବପୁରାତନ କୋଟିପତି ଥିଲେ । ଗୁଜୁରାଟର ଏକ ପାରସି ପରିବାରରେ ଜନ୍ମିତ ଏହି ବିଜନେସ ପର୍ସନାଲିଟିଙ୍କ ମୁମ୍ବାଇରେ ପରଲୋକ ହୋଇଛି । ବ୍ୟବସାୟ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଲୋନଜୀ ମିସ୍ତ୍ରୀ ୨୦୧୬ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ପାଲୋନଜୀ ମିସ୍ତ୍ରୀଙ୍କ ପୁଅ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିଲେ । ୨୦୧୨ ରୁ ୨୦୧୬ ମଧ୍ୟରେ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ । ହେଲେ ବିବାଦ ପରେ ତାଙ୍କୁ ଏହି ପଦରୁ ଇସ୍ତଫା ଦେବାକୁ ପଡିଲା ।

ଦେଶର ଖ୍ୟାତିସମ୍ପନ୍ନ କମ୍ପାନୀ ଟାଟା ସନ୍ସରେ ଶାପୁରଜୀ ପାଲୋନଜୀ ଗ୍ରୁପ୍ର ୧୮.୩୭ ପ୍ରତିଶତ ଶେୟର ରହିଛି । କିଛି ବର୍ଷ ପୂର୍ବେ, ପାଲୋନଜୀ ମିସ୍ତ୍ରୀଙ୍କ ପୁଅ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିଲେ। ହେଲେ ପରେ ବିବାଦ କାରଣରୁ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡ଼ିଲା ।

ଏହି ପୁରା ବିବାଦ ପରେ ପାଲୋନଜୀ ଟାଟା ସନ୍ସରେ ନିଜର ସମସ୍ତ ଅଂଶ ବିକ୍ରି କରିବାକୁ ଚାହୁଁଥିଲେ । ସୂଚନାନୁସାରେ, ଶାପୁରଜୀ ପାଲୋନଜୀ ଗ୍ରୁପ୍ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କମ୍ପାନୀ ଉପରେ ଋଣ ଭାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ କମ୍ପାନୀ ଋଣ ବୋଝରୁ ମୁକ୍ତ ହେବା ପାଇଁ ଟାଟା ସନ୍ସରେ ଥିବା ଅଂଶଧନକୁ ବିକ୍ରି କରିବାକୁ ଚାହୁଁଛି ।

ପାଲୋନଜୀ ମିସ୍ତ୍ରୀ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବିଷୟରେ ଏହା ଚର୍ଚ୍ଚା ହୁଏ ଯେ ସେ ହେଉଛନ୍ତି ଦୁନିଆର ସବୁଠାରୁ ବଡ ଅଜ୍ଞାତ କୋଟିପତି । ପାଲୋନଜି ମିସ୍ତ୍ରୀଙ୍କ ପାଖରେ ୫୫ ହଜାର କୋଟି ମୂଲ୍ୟର ସମ୍ପତ୍ତି ଅଛି । ସେ ହେଉଛନ୍ତି ଦୁନିଆର ୪୧ ତମ ଧନୀ ବ୍ୟକ୍ତି । ଏତେ ଧନସମ୍ପତ୍ତି ସତ୍ତ୍ୱେ, ତାଙ୍କୁ କୌଣସି ସାର୍ବଜନୀନ ଫୋରମରେ ଦେଖିବାକୁ ମିଳେନାହିଁ ।

Related Articles

Back to top button