ସକାଳ ୮ଟାରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ: ବୁଧବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଜାରି ହୋଇଛି। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ଏହାପରେ ସକାଳ ୯ଟାରୁ ୧୦ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ ହେବ। ସେହିପରି ଅପରାହ୍ନ ୨ଟା, ଅପରାହ୍ନ ୩ଟା, ସା ୬ଟାରୁ ସା ୬ଟା ୩୦, ୯ଟାରୁ ୧୦ଟା୩୦ ଓ ୧୧ଟାରୁ ସାଢେ ୧୨ଟା ଯାଏ ସାଧାରଣ ଦର୍ଶନ ହେବ। ସେହିପରି ବିଶେଷ ନୀତି ପାଇଁ ସକାଳ ୧୦.୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସା ୬ଟା, ସା ୬ଟା ୩୦ରୁ ରାତି ୯ଟା ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ ।

Related Articles

Back to top button