୨୫ ବର୍ଷୀୟ ଯୁବ ଷ୍ଟାର୍ଟଅପଙ୍କ କମ୍ପାନିରେ ନିବେଶ କଲେ ରତନ ଟାଟା

ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟା ବରିଷ୍ଠ ନାଗିରକଙ୍କୁ ସେବା ଭାବେ ସହଯୋଗ ଯୋଗାଉଥିବା ଷ୍ଟାର୍ଟଅପ ଗୁଡଫେଲୋଜରେ ନିବେଶ କରିବା ନେଇ ଘୋଷଣା କରିଛନ୍ତି । ତେବେ ନିବେଶ ରାଶି ନେଇ କୌଣସି ସୂଚନା ମିଳି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଟାଟା ଗ୍ରୁପରୁ ଅବସର ନେବା ପରେ ରତନ ଟାଟା ଅନେକ ଷ୍ଟାର୍ଟଅପରେ ନିବେଶ କରି ସାରିଛନ୍ତି।

ସାନ୍ତନୁ ନାଇଡଙ୍କୁ ଷ୍ଟାର୍ଟଅପରେ ନିବେଶ କରିବା ପାଇଁ ରତନ ଟାଟା ଘୋଷଣା କରିଛନ୍ତି । କର୍ଣ୍ଣଲ ବିଶ୍ୱବିଦ୍ୟାଳୟରୁ ପାଠ ପଢିଥିବା ୨୫ ବର୍ଷୀୟ ସାନ୍ତନୁ ନାଇଡୁ ଟାଟାଙ୍କ କାର୍ଯ୍ୟାଳୟରେ ଅଛନ୍ତି ଏବଂ ୨୦୧୮ରୁ ସେ ରତନ ଟାଟାଙ୍କୁ ସହାୟତା କରୁଛନ୍ତି ।

ସାନ୍ତନୁଙ୍କ ଏହି ଷ୍ଟାର୍ଟଅପ ବରିଷ୍ଠ ନାଗରିକ ଗ୍ରାହକଙ୍କ ସାଥି ଭାବେ କାମ କରିବା ପାଇଁ ଯୁବ ସ୍ନାତକଙ୍କୁ କାମରେ ରଖିଥାଏ । କମ୍ପାନି ପ୍ରାରମ୍ଭିକ ପର୍ଯ୍ୟାୟରେ ମୁମ୍ୱାଇରେ ଗତ ଛଅ ମାସ ଧରି ୨୦ ଜଣ ବରିଷ୍ଠ ନାଗରିକଙ୍କ ସହ କାମ କରୁଛି । ଏବେ ପୁଣେ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ସେବା ପ୍ରଦାନ କରିବା ପାଇଁ ଯୋଜନା ରଖିଛି ।

Related Articles

Back to top button