କ୍ରେଡିଟ-ଡେବିଟ୍ କାର୍ଡ ସହ ଜଡିତ ଗାଇଡଲାଇନ ପାଇଁ ନୂଆ ଡେଡ୍‌ଲାଇନ, ଅକ୍ଟୋବର ୧ ଯାଏଁ ମିଳିଲା ସମୟ

କାର୍ଡ ଜାରିକାର୍ତ୍ତା କ୍ରେଡିଟ୍ କାର୍ଡ ସକ୍ରିୟ କରିବା ପାଇଁ କାର୍ଡ ଧାରକଙ୍କ ଠାରୁ ଓଟିପି ଆଧାରିତ ସହମତି ନେବାକୁ ପଡିବ

ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରେଡିଟ୍-ଡେବିଟ୍ କାର୍ଡ ସହ ଜଡିତ ଗାଇଡଲାଇନ ଲାଗୁ କରିବା ପାଇଁ ନୂଆ ସମୟ ଧାର୍ଯ୍ୟ କରିଛି । ପ୍ରଥମେ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଂ ଆର୍ଥିକ କମ୍ପାନି(ଏନବିଏଫସି)କୁ କ୍ରେଡିଟ୍-ଡେବିଟ୍ କାର୍ଡ ସହ ଜଡିତ ଗାଇଡଲାଇନ ଲାଗୁ କରିବା ପାଇଁ ଜୁଲାଇ ୧ର ଡେଡ୍ ଲାଇନ ଦିଆଯାଇଥିଲା। ଏବେ ଏହାକୁ  ବଢାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ ଗୁଡିକ ଶୀର୍ଷ ସଂଗଠନ ଇଣ୍ଡିଆନ ବ୍ୟାଙ୍କ୍ସ ଆସୋସିଏସନ (ଆଇବିଏ) ୬ ମାସର ବିସ୍ତାର ଦାବି କରିଥିଲା, କିନ୍ତୁ ଆରବିଆଇ କିଛି ନିୟମକୁ ବାଦ ଦେଇ କେବଳ ୩ ମାସ ସମୟ ଦେଇଛନ୍ତି। ଏବେ କାର୍ଡ ସହ ଜଡିତ ଗାଇଡଲାଇନ ଲାଗୁ କରିବା ନୂଆ ଡେଡଲାଇନ ଅକ୍ଟୋବର ୧କୁ ବଢିଛି।

ଆରବିଆଇ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଂ ଆର୍ଥିକ କମ୍ପାନି ଗୁଡିକୁ କ୍ରେଡିଟ୍ କିମ୍ୱା ଡେବିଟ୍ କାର୍ଡ ସହ ଜଡିତ କିଛି ନିର୍ଦ୍ଦେଶାନାମା ଜାରି କରିଥିଲେ। ଏହା ଅନୁସାରେ କାର୍ଡ ଜାରିକାର୍ତ୍ତା କ୍ରେଡିଟ୍ କାର୍ଡ ସକ୍ରିୟ କରିବା ପାଇଁ କାର୍ଡ ଧାରକଙ୍କ ଠାରୁ ଓଟିପି ଆଧାରିତ ସହମତି ନେବାକୁ ପଡିବ। ଏହି ସହମତି ସେତେବେଳେ ନେବା ବାଧ୍ୟତାମୂଳକ ହେବ ଯେତେବେଳେ କାର୍ଡ ଜାରି ହେବାର ୩୦ ଦିନରୁ ଅଧିକ ସମୟ ପରେ ବି ଗ୍ରାହକଙ୍କ ଦ୍ୱାରା ତାହା ସକ୍ରିୟ ହୋଇ ନଥିବ । ଯଦି ସହମତି ନ ମିଳେ ତେବେ ସାତଟି କାର୍ଯ୍ୟ ଦିବସରେ କ୍ରେଡିଟ କାର୍ଡ ବନ୍ଦ କରିବାକୁ ହେବ।

Related Articles

Back to top button