ଆସାମ ବନ୍ୟାରେ ୫୫ ଲକ୍ଷରୁ ଅଧିକ ପ୍ରଭାବିତ, ୮୯ ମୃତ୍ୟୁ

ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଲଗାତର ଦୁଇଟି ବନ୍ୟା ରାଜ୍ୟକୁ ଏକପ୍ରକାର ଧୋଇ ଦେଇଛି। ବ୍ରାହ୍ମପୁତ୍ର ଓ ବାରକ ନଦୀ ଜଳରେ ୩୨ ଜିଲ୍ଲାରେ ୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମେ ମାସ ମଝିରୁ ରାଜ୍ୟରେ ଜଳପ୍ରଳୟ ଜାରି ରହିଛି। ଏଥିରେ ଏପର୍ଯ୍ୟନ୍ତ ୮୯ ଜଣଙ୍କର ମୃତ୍ୟୁ ହେଲାଣି।

ନିକଟରେ ଆସିଥିବା ବନ୍ୟାରେ ରାଜ୍ୟରେ ନାଗାଓଁ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ରେନ୍‌ରେ ନାଗାଁଓ ସ୍ଥିତି ସମୀକ୍ଷା କରିଛନ୍ତି। ଏଠାରେ ୪,୫୭,୩୮୧ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଏଠାରେ ୧୪୭ ରିଲିଫ୍ କ୍ୟାମ୍ପ କରି ୧୫, ୧୮୮ ଜଣଙ୍କୁ ଉଦ୍ଧାର କରାଯାଇଛି। କୋପିଲି ନଦୀରେ ପାଣିରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବୁଡ଼ି ରହିଛି।

ସେହିପରି ବାରକ ନଦୀ ନିକଟବର୍ତ୍ତୀ ୩ ଜିଲ୍ଲା ଯଥା- କାଛର, କରୀମଗଞ୍ଜ ଏବଂ ହେଲକାଣ୍ଡିରେ ସ୍ଥିତି ସଂକଟାପନ୍ନ ରହିଛି। ବାରକ ଏବଂ କୁଶିଆରା ନଦୀର ଜଳସ୍ଥର ବୃଦ୍ଧି ପାଇଥିବାରୁ ଅଧିକାଂଶ ଅଞ୍ଚଳ ଜଳମଗ୍ନ ରହିଛି ବୋଲି ସରକାର ସୂଚନା ଦେଇଛନ୍ତି। ଏନ୍‌ଡିଆର୍‌ଏଫ୍ ଓ ଏସ୍‌ଡିଆର୍‌ଏଫ୍ ଦଳ ମଧ୍ୟ ରାଜ୍ୟରେ କାଛର ଜିଲ୍ଲାରେ ଉଦ୍ଧାର କାର୍ଯ୍ୟା ଜାରି ରଖିଛନ୍ତି।

କାଛର ଜିଲ୍ଲାରେ ମୋଟ ୨,୧୬,୮୫୧ ଜଣ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୫୦୦୬ ଘର ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ସେହିପରି କରୀମଗଞ୍ଜରେ ୧,୪୭,୬୪୯ ଲୋକ ପ୍ରଭାବିତ ହୋଇଥିବାବେଳେ ହେଲାକାଣ୍ଡିରେ ପାଖାପାଖି ଏକ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ଜାପାନର ଏଭଳି ସ୍ଥିତିର ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଜାପାନ ରାଷ୍ଟ୍ରଦୂତ ସନ୍ତୋଷୀ ସୁଜୁକି। ଏଭଳି ଦୁଃଖ ସମୟରେ ଜାପାନ ସବୁବେଳେ ଲୋକମାନଙ୍କ ସହ ରହିଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମଧ୍ୟ ଜାପାନର ସମବେଦନା ପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଛି।

Related Articles

Back to top button