ମୁକେଶ ଅମ୍ବାନୀଙ୍କ ଇସ୍ତଫା, ଆକାଶ ଅମ୍ବାନୀ ଚେୟାରମ୍ୟାନ ଭାବେ ନେବେ ରିଲାଏନ୍ସ ଜିଓର ଦାୟିତ୍ୱ

ନୂଆଦିଲ୍ଲୀ: ଦେଶର ବୃହତ୍ତମ କର୍ପୋରେଟ ହାଉସ ମଧ୍ୟରୁ ରିଲାଏନ୍ସ ଗ୍ରୁପରେ ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଟେଲିକମ୍‌ ୟୁନିଟ ରିଲାଏନ୍ସ ଜିଓ ବୋର୍ଡର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଆକାଶ ଅମ୍ବାନୀଙ୍କୁ ତାଙ୍କ ସ୍ଥାନରେ ରିଲାଏନ୍ସ ଜିଓ ବୋର୍ଡର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ ମଙ୍ଗଳବାର ଷ୍ଟକ୍‌ ଏକ୍ସଚେଞ୍ଜକୁ ଏହି ସୂଚନା ଦେଇଛି। ଜୁନ ୨୭ରେ ବଜାର ବନ୍ଦ ହେବା ପରେ ମୁକେଶ ଅମ୍ବାନୀଙ୍କ ଇସ୍ତଫା ବୈଧ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥିସହ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ ନିଯୁକ୍ତ କରିବା ନେଇ ମଧ୍ୟ କମ୍ପାନୀ ସୂଚନା ଦେଇଛି। କମ୍ପାନୀର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆକାଶ ଅମ୍ବାନୀଙ୍କୁ ଚେୟାରମ୍ୟାନ ଭାବେ ନିଯୁକ୍ତି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

Related Articles

Back to top button