ପୁରୀ ବଡ଼ଦାଣ୍ଡରେ ହେବ ଗ୍ରୀନ୍‌ କରିଡର

ପୁରୀ: ଦିନକ ପରେ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା। ଏଥର କୋଭିଡ କଟକଣା ଉଠିଯାଇଥିବାରୁ ପୁରୀ ରଥ ଯାତ୍ରା ଦେଖିବାକୁ ଦେଶବିଦେଶରୁ ଲକ୍ଷାଧୀକ ଭକ୍ତଙ୍କ ସମାଗମ ହେବ । ରଥ ଯାତ୍ରା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ତଥା କେହି ଗୁରୁତର ହେଲେ ତାଙ୍କୁ ତୁରନ୍ତ ପୁରୀ ବଡ଼ ମେଡିକାଲ କିପରି ପଠାଯିବ ସେଥିନିମନ୍ତେ  ହୋଇଛି ମକ୍‌ଡ୍ରିଲ । ପୁରୀ ବଡ଼ଦାଣ୍ଡରେ ହେବ ଗ୍ରୀନ୍‌ କରିଡର । ତୁରନ୍ତ ରୋଗୀଙ୍କୁ ଭିଡ଼ରୁ ବାହାର କରି କିପରି ମେଡିକାଲରେ ପହଞ୍ଚାଯିବ ସେଥିନିମନ୍ତେ ଆଜି ହୋଇଛି ରିହର୍ସଆଲ ।

ରଥ ଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ଗ୍ରୀନ କରିଡର କିପରି କାର୍ଯ୍ୟକ୍ଷମ ହେବ ସେ ନେଇ ଚାଲିଥିବା  ମକଡ୍ରିଲରେ ହଜାର ହଜାର ସଂଖ୍ୟାରେ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି । ଏଥିସହ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଏହାର ତଦାରଖ କରିଛନ୍ତି  ।

ପୂର୍ବରୁ ୨୦୧୫ ଓ ୨୦୧୯ ମସିହାରେ ଗ୍ରୀନ କରିଡର ବ୍ୟବସ୍ଥାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଥିବା ବେଳେ ଏଥର ବି ତାହା   ସମ୍ପୂର୍ଣ୍ଣ ସଫଳ ହେବ ବୋଲି କହିଛନ୍ତି ଟ୍ରାଫିକ ଡିପାର୍ଟମେଣ୍ଟ ମୁଖ୍ୟ ଲିଙ୍ଗରାଜ ମିଶ୍ର । ଏଥର ୫ ହଜାରରୁ ୮ ହଜାର ସ୍ୱେଚ୍ଛାସେବୀ ଯୋଗ ଦେଇଛନ୍ତି। ପୁରୀ ରଥଠାରୁ ମେଡିକାଲ ପର୍ଯ୍ୟନ୍ତ ସ୍ୱେଚ୍ଛାସେବୀମାନେ ଲାଇନ୍‌ରେ ରହିବେ। ସେମାନେ ଗ୍ରୀନ କରିଡର କରିବା ପରେ ରୋଗୀଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଯାଇ ପାରିବ ବୋଲି କହିଛନ୍ତି ପୁରୀ ଏଡିଏମ୍‌ ।

Related Articles

Back to top button