ବଢ଼ିଲା ରେପୋ ରେଟ୍: ଏଣିକି ଅଧିକ ଇଏମ୍‌ଆଇ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ପୁଣି ରେପୋ ରେଟ୍ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଶୁକ୍ରବାର ୫୦ ବେସିସ୍‌ ପଏଣ୍ଟରେ(BPS) ବଢିବା ପରେ ରେପୋ ରେଟ୍ ୫.୯ ପ୍ରତିଶତ ହୋଇଛି। ତତ୍‌କାଳ ପ୍ରଭାବରେ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆର୍‌ବିଆଇ।

ମହଙ୍ଗା ସ୍ଥିତି ନିୟନ୍ତ୍ରଣ ସହ ଆର୍ଥିକ ସ୍ଥିତି ଉପରେ ବିଚାର କରିବାକୁ ଏକ ୬ ଜଣିଆ ମୁଦ୍ରା ନୀତି କମିଟି(ଏମ୍‌ପିସି) ସେପ୍ଟେମ୍ବର ୨୮ ତାରିଖ ଠାରୁ ତିନି ଦିନିଆ ବୈଠକ ଡକାଇଥିଲେ। ଏଥିରେ ରେପୋରେଟ୍ ବଢ଼ାଇବା ପାଇଁ ସ୍ଥିର ହୋଇଥିଲା।

ରେପୋ ରେଟ୍ ହେଉଛି ଆର୍‌ବିଆଇ କମର୍ସିଆଲ୍‌ ବ୍ୟାଙ୍କ୍‌କୁ ଦେଇଥିବା ଋଣ ଉପରେ ସୁଧ । ଚଳିତ ଆର୍ଥିକ ବର୍ଷରେ ଆର୍‌ବିଆଇ ୪ ଥର ରେପୋ ରେଟ୍ ବଢ଼ାଇସାରିଲାଣି। ଅଗଷ୍ଟ ମାସରେ ୫୦ ବିଏସ୍‌ପି ବଢାଇ ରେପୋ ରେଟ୍‌କୁ ୫.୪ ପ୍ରତିଶତ ବଢାଇଥିଲା RBI । ସେହିପରେ ମେ ମାସରେ ରେପୋ ରେଟ୍ ୪୦ ବିଏସ୍‌ପି ବଢ଼ାଇ ୪.୯୦ କରିଥିଲା। ପୁଣି ଜୁନ୍‌ରେ ୫୦ ବିଏସ୍‌ପିରେ ବଢ଼ାଇ ୪.୪୦ ରେପୋ ରେଟ୍‌ କରିଥିଲା।

ରେପୋ ରେଟ୍‌ରେ ହୋଇଥିବା ବୃଦ୍ଧି ସିଧାସଳଖ ଭାବେ ଲୋକଙ୍କ ଉପରେ ପଡ଼ିବା । କାରଣ ବ୍ୟାଙ୍କ ଦେଉଥିବା ଋଣର ସୁଧ ବଢ଼ିଯିବ । ଲୋକମାନେ ହୋମ୍ ଲୋନ୍‌ ହେଉ କମ୍ବା କାର୍ ଲୋନରେ ଅଧିକ ଇଏମ୍ଅଇ ଦେବାକୁ ପଡ଼ିବ।

କରୋନା ମହାମାରୀର ଦୁଇ ବର୍ଷର ଭିତରେ ରେପୋ ରେଟ୍ ବଢ଼ିନଥିଲା । କିନ୍ତୁ କରୋନା ମହାମାରୀ ପ୍ରଭାବରେ ବଜାର ମହଙ୍ଗା ହେବାରୁ ଆର୍‌ବିଆଇ ରେପୋ ରେଟ୍ ବଢ଼ାଇ ଚାଲିଛି । ଚଳିତ ଆର୍ଥିକ ବର୍ଷରେ ମେ ମାସରୁ ଆର୍‌ବିଆଇ ରେପୋରେଟ୍ ବଢ଼ାଇ ଚାଲିଛନ୍ତି । ଏହି ମାସରେ ଆର୍‌ବିଆଇ କାହାକୁ କିଛି ନଜଣାଇ ବୈଠକ ଡକାଇ ରେପୋ ରେଟ୍ ୦.୪୦ ପ୍ରତିଶତ ବଢାଇଥିଲା।

ଫଳରେ ମେ ମାସରେ ରେପୋ ରେଟ୍ ସ୍ଥିତି ୪.୪୦ ପ୍ରତିଶତ ହୋଇଥିଲା । ପୁଣି ଜୁନ୍ ମାସରେ ଆର୍‌ବିଆଇ ମନିଟାରୀ ପିଲିସର ହୋଇଥିବା ବୈଠକରେ ରେପୋ ରେଟ୍ ୦.୫୦ ପ୍ରତିଶତ ବଢ଼ିବା ସହିତ ରେପୋ ରେଟ ହାର ୪.୯୦ ପ୍ରତିଶତ ହୋଇଥିଲା ।  ଅଗଷ୍ଟରେ ୦.୫୦ ପ୍ରତିଶତ ବଢ଼ିବା ପରେ ସୁଧ ବଢ଼ି ୫.୪୦ ପ୍ରତିଶତ ହୋଇଯାଇଥିଲା। ଆଉ ଆଜି ପୁଣି ୦.୫୦ ପ୍ରତିଶତ ବଢ଼ାଇ ସୁଧାହାରକୁ ୫.୯୦ କରାଯାଇଛି । ମେ ମାସରୁ ଏପର୍ଯ୍ୟନ୍ତ ରେପୋ ରେଟ୍ ହାରରେ ୧.୯୦ ପ୍ରତିଶତ ବୃଦ୍ଧି କରାଯାଇଛି।

ରେପୋ ରେଟ୍ ବଢ଼ିବା ଦ୍ୱାରା ଗ୍ରାହକଙ୍କ ଉପରେ କେମିତି ବଢିବ ଚାପ ଜାଣନ୍ତୁ।

ରେପୋ ରେଟ୍ ହେଉଛି ଆର୍‌ବିଆଇ କମର୍ଶିଆଲ୍‌ ବ୍ୟାଙ୍କ୍‌କୁ ଦେଇଥିବା ଋଣର ସୁଧହାର। ଯଦି କମର୍ସିଆଲ୍‌ ବ୍ୟାଙ୍କକୁ ଆର୍‌ବିଆଇ ଦେଇଥିବା ଋଣର ସୁଧ ବଢ଼ିଯିବ, ତେବେ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ଦେଇଥିବା ଋଣର ସୁଧ ବଢ଼ାଇ ଦେବେ। ଫଳରେ ଗ୍ରାହକଙ୍କୁ ଅଧିକ ଇଏମ୍ଆଇ ବା କିସ୍ତି ଦେବାକୁ ପଡ଼ିବ। ତାହା କେମିତି ଉଦାହରଣ ସହ ବୁଝନ୍ତୁ।

ଧରନ୍ତୁ ଆପଣ ୨୦ ବର୍ଷ ପାଇଁ ୨୦ ଲକ୍ଷ ଟଙ୍କାର ଗୃହଋଣ ୮.୬୫ ସୁଧ ହାରରେ ନେଇଛନ୍ତି। ଅର୍ଥାତ୍‌ ଏଥିପାଇଁ ଆପଣଙ୍କୁ ପ୍ରତି ମାସରେ ୮.୬୫ ପ୍ରତିଶତ ହାରରେ ୧୭,୫୪୫ ଟଙ୍କା ଇଏମ୍ଆଇ ଦେବାକୁ ପଡ଼ୁଛି। ଆଉ ଏବେ ରେପୋ ରେଟ୍‌ରେ ୦.୫୦ ପ୍ରତିଶତ ବଢ଼ିବା ପରେ ଆପଣଙ୍କ ଋଣର ସୁଧା ହାର ବଢ଼ି ୯.୧୫ ପ୍ରତିଶତ ହୋଇଯିବ। ସେହି ହିସାବରେ ଆପଣଙ୍କୁ ମାସରେ ୧୮.୧୮୮ ଏଇଏମ୍‌ଆଇ ଦେବାକୁ ପଡ଼ିବ। ଫଳରେ ଆପଣଙ୍କୁ ପ୍ରତି ମାସରେ ଅଧିକ ୬୪୧ ଟଙ୍କା ଦେବାକୁ ପଡ଼ିବ।

କାହିକି ବଢ଼ୁଛି ରେପୋ ରେଟ୍?
ଆର୍‌ବିଆଇର ଆକଳନ ଠାରୁ ଅଧିକ ଉପରେ ରହୁଛି ଦେଶର ରିଟେଲ ଇନ୍‌ଫ୍ଲାଟେସନ ବା ଖୁଚୁରା ସ୍ଫୀତି। ଦେଶରେ ଖୁଚୁରା ମୁଦ୍ରା ସ୍ଫୀତି ୬ ପ୍ରତିଶତ ଭିତରେ ରଖିବାକୁ ଚେଷ୍ଟା କରାଯାଉଥିବା ବେଳେ ଏହା ୭ ପ୍ରତିଶତ ଉପରେ ରହୁଛି। ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ପୁଣିଥରେ ୭ ପ୍ରତିଶତରେ ପହଞ୍ଚିଯାଇଛି।  ଏହା ପୂର୍ବରୁ ଜୁଲାଇରେ ମୁଦ୍ରାସ୍ଫୀତି ୬.୭୧ ଥିଲା। ଜୁନରେ ୭ ପ୍ରତିଶତ, ମେ’ରେ ୭.୦୪ ପ୍ରତିଶତ, ଏପ୍ରିଲ୍‌ରେ ୭.୭୯ ପ୍ରତିଶତ ହୋଇଥିଲା। ସରକାର ମୁଦ୍ରାସ୍ଫୀତିକୁ ୬ ପ୍ରତିଶତ ରଖିବାକୁ ଚେଷ୍ଟା କରୁଥିଲେ ବି ସଫଳ ହେଉ ନଥିବାର ଦେଖାଯାଉଛି।

ମୁଦ୍ରାସ୍ଫୀତି କହିଲେ ଦେଶର ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ବୁଝାଏ। ଏହାକୁ ମାପିବା ପାଇଁ ଦୁଇଟି ମାପକ ଅଛି। ଯଥା ଡବ୍ଲୁପିଆଇ ଓ ସିପିଆଇ।

ଭାରତରେ ହୋଲ୍‌ସେଲ୍‌ ପ୍ରାଇସ୍ ଇଣ୍ଡେକ୍ସ(WPI) ଏବଂ କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ(CPI) ମୁଦ୍ରାସ୍ଫୀତିର ଆକଳନ ରେ। WPI ଉତ୍ପାଦନ ସ୍ତରରେ ମୁଦ୍ରାସ୍ଫୀତି ଆକଳନ କରୁଥିବା ବେଳେ ଲୋକମାନେ ଦୈନିକ କିଣୁଥିବା ସାମଗ୍ରୀ ଓ ସେବାର ମୂଲ୍ୟ ପରିବର୍ତ୍ତନକୁ ସିପିଆଇ ଟ୍ରାକ୍ କରିଥାଏ। ଏହି ଅନୁସାରେ ମୁଖ୍ୟତଃ ମୁଦ୍ରାସ୍ଫୀତି ଆକଳନ କରାଯାଇଥାଏ।

Related Articles

Back to top button