୪୦ ପ୍ରତିଶତ ବୃଦ୍ଧି ସହ ରେକର୍ଡ ସ୍ତରରେ ପ୍ରାକୃତିକ ଗ୍ୟାସର ମୂଲ୍ୟ: ମହଙ୍ଗା ହୋଇପାରେ CNG-PNG

ନୂଆଦିଲ୍ଲୀ: ଖୁବଶୀଘ୍ର ଆଉ ଏକ ମହଙ୍ଗା ମାଡ ବାଯିବାକୁ ଯାଉଛି । ପ୍ରକୃତିକ ଗ୍ୟାସର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ସହ ରେକର୍ଡ ସ୍ତରରେ ପହଞ୍ଚିଛି । ଏହାଦ୍ୱାରା ସିଏନଜି ଏବଂ ପିଏନଜିର ମୂଲ୍ୟରେ ଖୁବଶୀଘ୍ର ବୃଦ୍ଧି ଘଟିପାରେ । ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଲେଷଣ ପ୍ରକୋଷ୍ଠ (ପିପିଏସି) ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ପୁରୁଣା ଗ୍ୟାସ କ୍ଷେତ୍ରରୁ ଉତ୍ପାଦିତ ଗ୍ୟାସ ପାଇଁ ପୈଠ କରାଯାଉଥିବା ମୂଲ୍ୟ ୬.୧ ଡଲାର ପ୍ରତି ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟରୁ ବଢାଇ ୮.୫୭ ଏମବିଟିୟୁ କରାଯାଇଛି । ଏହି ମୂଲ୍ୟରେ ଦେଶରେ ଉତ୍ପାଦିତ ଗ୍ୟାସର ପ୍ରାୟ ଦୁଇ ତୃତୀୟାଂଶ ବିକ୍ରି କରାଯିବ।

ଏହି ନିର୍ଦ୍ଦେଶ ଅନୁସାରେ, ରିଲାଏନ୍ସ ଏବଂ ଏହାର ସହଯୋଗୀ ବିପି ପିଏଲସି ଦ୍ୱାରା କେଜି ବେସିନରେ ପରିଚାଳିତ ଡି-୬ ବ୍ଲକ ପରି ଦୁର୍ଗମ ଏବଂ ନୂଆ ଅଞ୍ଚଳରୁ ଉତ୍ପାଦନ କରାଯାଉଥିବା ଗ୍ୟାସର ମୂଲ୍ୟ ୯.୯୨ ଡଲାରରୁ ବଢାଇ ୧୨.୬ ଡଲାର କରାଯାଇଛି । ୨୦୧୯ ପରେ ଗ୍ୟାସର ମୂଲ୍ୟରେ ଏହା ତୃତୀୟ ବୃଦ୍ଧି ହେବ ।

ଅନ୍ତରାଷ୍ଟ୍ରୀୟ ବଜାରରେ ମୂଲ୍ୟ ବୃଦ୍ଧି ଯୋଗୁଁ ଏହି ସ୍ଥିତି ସୃଷ୍ଟି ହୋଇଛି । ସାର ପ୍ରସ୍ତୁତ କରିବା ସହ ବିଜୁଳି ଉତ୍ପାଦନରେ ପ୍ରାକୃତିକ ଗ୍ୟାସ ଏକ ପ୍ରମୁଖ କଞ୍ଚା ମାଲ । ଏହାକୁ ସିଏନଜିରେ ମଧ୍ୟ ପରବର୍ତ୍ତନ କରାଯାଇଥାଏ ଏବଂ ପିଏନସି ଅର୍ଥାତ ରୋଷେଇ ଗ୍ୟାସ ଭାବେ ମଧ୍ୟ ବ୍ୟବହାର କରାଯାଏ । ପ୍ରାକୃତିକ ଗ୍ୟାସ ମୂଲ୍ୟ ବୃଦ୍ଧି ହେବା ପରେ ସିଏନଜି ଏବଂ ପିଏନଜିର ମୂଲ୍ୟ ବୃଦ୍ଧି ଏକ ପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଗତ ଏକ ବର୍ଷ ମଧ୍ୟରେ ଏଥିରେ ୭୦ ପ୍ରତିଶତରୁ ଅଧିକ ମୂଲ୍ୟ ବୃଦ୍ଧି ହୋଇସାରିଛି ।

କେନ୍ଦ୍ର ସରକାର ପ୍ରତି ଛଅ ମାସ ଅର୍ଥାତ ଏପ୍ରିଲ ୧ ଏବଂ ଅକ୍ଟୋବର ୧ରେ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି । ଏହି ମୂଲ୍ୟ ଆମେରିକା, କାନାଡା ଏବଂ ରୁଷ ପରି ଗ୍ୟାସ ରପ୍ତାନକାରୀ ଦେଶର ଗୋଟିଏ ବର୍ଷର ଚାରି ମାସରେ ପ୍ରଚଳିତ ମୂଲ୍ୟ ଉପରେ ନିର୍ଦ୍ଧାରିତ କରାଯାଇଥାଏ । ୨୦୨୧ ଜୁଲାଇରୁ ୨୦୨୨ ଜୁନ ଯାଏ ହାରାହାରି ମୂଲ୍ୟକୁ ଆଧାର କରି ଅକ୍ଟୋବର ୧ରୁ ମାର୍ଚ୍ଚ ୩୧ ଯାଏର ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ । ଏହି ଅବଧିରେ ବିଶ୍ୱ ସ୍ତରରେ ପ୍ରାକୃତିକ ଗ୍ୟାସର ମୂଲ୍ୟରେ ବଡ଼ ବୃଦ୍ଧି ଘଟିଛି ।

Related Articles

Back to top button