ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତରରେ ପହଞ୍ଚିଲା

ନୂଆଦିଲ୍ଲୀ: ଆମେରିକାର ମୂଦ୍ରା ଡଲାର ତୁଳନାରେ କମି ଚାଲିଛି ଭାରତୀୟ ମୁଦ୍ରା ଟଙ୍କା । କିଛି ଦିନ ହେବ ଟଙ୍କାର ମୂଲ୍ୟ କମି କମି ଚାଲିଛି ଡଲାର ତୁଳନାରେ। ଯାହାକି ଦେଶର ଅର୍ଥନୀତି ଭାଇ ଶୁଭଙ୍କର ନୁହେଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ପୁନରୁଦ୍ଧାର ପାଇଁ ସମସ୍ତ ଉଦ୍ୟମ କରୁଛି କିନ୍ତୁ ଟଙ୍କାକୁ ଟ୍ରାକକୁ ଫେରାଇ ଆଣିବାରେ ବିଫଳ ହୋଇଛି । ଜୁଲାଇ ୧୯ରେ ଟଙ୍କା ଡଲାର ତୁଳନାରେ ଆହୁରି ହ୍ରାସ ହେବାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଯାହାକି ସର୍ବକାଳୀନ ସ୍ତରରେ ପହଞ୍ଚିଛି। ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୦ ଟଙ୍କାରେ ପହଞ୍ଚିଛି।

ଏହାପୂର୍ବରୁ ସୋମବାର ଏକ ଡଲାର ମୂଲ୍ୟ ୭୯.୯୭ ଟଙ୍କା ରହିଥିଲା। ମଙ୍ଗଳବାର ଦିନ ଏହା ଡଲାର ପିଛା ୭୯.୯୮ ଟଙ୍କା ମୂଲ୍ୟରେ ଖୋଲିଛି। କିନ୍ତୁ କିଛି ସମୟ ପରେ ଡଲାରର ମୂଲ୍ୟ ୮୦.୦୫ ଟଙ୍କା ସ୍ତରକୁ ଖସିଛି। ଯଦି ଆମେ ଆକଳନକୁ ଦେଖିବା, ତେବେ ଚଳିତ ବର୍ଷ ଟଙ୍କାର ମୂଲ୍ୟ ପ୍ରାୟ ୭ ପ୍ରତିଶତ ହ୍ରାସ ପାଇଛି।

Related Articles

Back to top button