ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୨୭ ପଇସା ହ୍ରାସ ପାଇ ୭୮.୪୦ ହେଲା

ଦେଶର ଅର୍ଥନୀତିକୁ ସୁଧାରିବାରେ ମୋଦୀ ସରକାରଙ୍କର ପ୍ରୟାଶ ଫେଲ୍‌ ମାରୁଛି। ବାରମ୍ବାର ଭାରତୀୟ ଟଙ୍କାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଇବାରେ ଲାଗିଛି।  ଫଳରେ ମୁଦ୍ରାସ୍ଫୀତି ବଢ଼ିବାରେ ଆଶଙ୍କା ଦେଖାଦେଇଛି। ବୁଧବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ୨୭ ପଇସା ହ୍ରାସ ପାଇଛି।

ଫଳରେ ଏକ ଡଲାର ଭାରତୀୟ ମୂଲ୍ୟ ୭୮.୪୦ ଟଙ୍କା ହୋଇଛି। ଆଜି କାରାବାର ୭୮.୧୩ ଆରମ୍ଭ ହୋଇ ୭୮.୪୦ରେ ବନ୍ଦ ହୋଇଥିଲା। ଆର୍ଥିକ ବଜାରରେ ଲଗାତର ବିଦେଶୀ ମୁଦ୍ରାର ଖର୍ଚ୍ଚ ଓ ଅଶୌଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁ ଡଲାର ତୁଳନାରେ ଟଙ୍କରା ମୂଲ୍ୟ ହ୍ରାସ ପାଇଛି।

ମେହେତା ଇକ୍ୱିଟିଜ୍‌ର ଉପାଧ୍ୟକ୍ଷ(କମୋଡିଟିଜ୍) ରାହୁଲ କନ୍ତ୍ରୀ କହିଛନ୍ତି ଯେ ଆମେରିକା ଫେଡେରାଲ ରିଜର୍ଭର ଆକ୍ରମଣାତ୍ମକ ଭାବରେ ସୁଧ ବୃଦ୍ଧି କରିବା ଓ FII (ବିଦେଶୀ ସଂସ୍ଥାଗତ ନିବେଶ)ର ବିକ୍ରି ରୁପିସ ଉପରେ ଚାପ ସୃଷ୍ଟି କରିଛି। ବ୍ୟାପାର ଘାଟା ଓ ଅଶୌଧିତ ତୈଳ ଦର ବୃଦ୍ଧି ବି ରୁପୟା ମୂଲ୍ୟ ବୃଦ୍ଧିରେ ବାଧକ ସାଜିଛି। ଚଳିତ ସପ୍ତାହରେ ବି ରୁପାୟର ମୂଲ୍ୟ ଅସ୍ଥିର ରହିବ ବୋଲି ଶ୍ରୀ ମେହତା କହିଛନ୍ତି।

କେମିତି ନିର୍ଦ୍ଧାରିତ ହୁଏ ଟଙ୍କାର ମୂଲ୍ୟ ?

ମୁଦ୍ରା ମୂଲ୍ୟରେ ବୃଦ୍ଧି ଓ ହ୍ରାସ ପାଇଁ ଏକାଧିକ କାରଣ ରହିଛି। ପ୍ରତ୍ୟେକ ଦେଶ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାର ରହିଥାଏ। ଯାହାଦ୍ୱାରା ସେ ଅନ୍ତର୍ଜାତୀୟ ନେଣଦେଣ କରେ। ଆଉ ଏହି ବିଦେଶୀ ମୁଦ୍ରା ଭଣ୍ଡାର କମ୍ ବେଶି ହେଲେ ସେହି ଦେଶର ଟଙ୍କା ମୂଲ୍ୟ ନିର୍ଦ୍ଧାରିତ କରିଥାଏ। ଯଦି ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ଡଲାର ଆମେରିକା ଟଙ୍କା ଭଣ୍ଡା ସହ ସମାନ ଥିବ ତେବେ ରୁପୟାର ମୂଲ୍ୟ ସ୍ଥିର ରହିବ। ଯଦି ଆମ ଭଣ୍ଡାରରୁ ଡଲାର କମିଲା ତେବେ ରୁପୟାର ମୂଲ୍ୟ କମିବ।

ଭାରତୀୟ ମୁଦ୍ରାର ମୂଲ୍ୟ କମିଲେ ଆଶୋଧିତ ତୈଳ କିଣିବା ମହଙ୍ଗା ହେବ। ଆଉ ତେଲ ମହଙ୍ଗା ହେଲେ ସେଇ ଅନୁସାରେ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢ଼ିବ। ସେହିପରି ବିଦେଶ ଭ୍ରମଣ, ବିଦେଶରେ ପାଠପଢ଼ା ଆଦି ମହଙ୍ଗା ହେବ। ଫଳରେ ପୁଣି ମହାଙ୍ଗା ମାଡ଼ ସହିବେ ଜନତା। ତେବେ ରପ୍ତାନୀକାରୀଙ୍କର ଲାଭ ହେବ। ସେମାନେ ରପ୍ତାନୀ କରି ଡଲାର ଆୟ କରିବେ।

Related Articles

Back to top button