ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜହୀର ଅବ୍ବାସ ଆଇସିୟୁରେ ଭର୍ତ୍ତି

ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜହୀର ଅବ୍ବାସଙ୍କୁ ଲଣ୍ଡନର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି। ଜହୀର କରୋନାରେ ପୀଡ଼ିତ ଥିଲେ, ଯାହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ୭୪ ବର୍ଷିୟ ଅବ୍ବାସଙ୍କୁ ପ୍ୟାଡିଙ୍ଗଟନ୍‌ର ସେଣ୍ଟ ମେରି ହସ୍ପିଟାଲରେ ଭର୍ତ୍ତି ହେବାର ତିନି ଦିନ ପରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

ତାଙ୍କ ସମୟର ଅନ୍ୟତମ ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ୍ ଅବ୍ବାସ ଦୁବାଇରୁ ଲଣ୍ଡନ ଯାତ୍ରା ସମୟରେ କରୋନା ସଂକ୍ରମିତ ହୋଇଥିଲେ। ସେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଲଣ୍ଡନରେ ପହଞ୍ଚିବା ପରେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସେ ଡାଏଲିସିସରେ ଅଛନ୍ତି ଏବଂ ଡାକ୍ତରମାନେ ତାଙ୍କୁ ଲୋକଙ୍କ ସହ ସାକ୍ଷାତ ନକରିବାକୁ ପରାମର୍ଶ ଦେଇଛନ୍ତି।

Related Articles

Back to top button