ମେଟା ସିଓଓ ପଦରୁ ଶେରିଲ ସ୍ୟାଣ୍ଡବର୍ଗଙ୍କ ଇସ୍ତଫା

ଓ୍ବାଶିଂଟନ: ଫେସ୍‌ବୁକ୍‌ର ମୂଳ କମ୍ପାନୀ ମେଟାରେ ୧୪ ବର୍ଷ କାର୍ଯ୍ୟ କରିବା ପରେ ଏହାର ମୁଖ୍ୟ ଅପରେଟିଂ ଅଫିସର (ସିଓଓ) ପଦରୁ ଶେରିଲ ସ୍ୟାଣ୍ଡବର୍ଗ ଇସ୍ତଫା ଦେଇଛନ୍ତି। ମେଟା ସଫଳତା ପଛରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ତାଙ୍କ ଇସ୍ତଫା ସମ୍ପର୍କରେ ସୋମବାର ମେଟା ପକ୍ଷରୁ ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନ (ଏସ୍‌ଇସି)କୁ ଜଣାଇଦିଆଯାଇଛି। ତାଙ୍କ ସ୍ଥାନରେ ଜାଭିଅର ଓଲିଭାନ୍‌ଙ୍କୁ ନୂଆ ସିଓଓ ନିଯୁକ୍ତ କରାଯାଇଛି। ୫୨ ବର୍ଷୀୟା ଶେରିଲ ମେଟା ବୋର୍ଡ ସଦସ୍ୟ ଭାବେ କାର୍ଯ୍ୟ କରିବେ ଏବଂ ଜଣେ ଅଣକର୍ମଚାରୀ ନିର୍ଦ୍ଦେଶକ ଭାବେ କମ୍ପେନ୍‌ସେଶନ ପାଇବେ।

Related Articles

Back to top button