ଆସନ୍ତା ଶିକ୍ଷା ବର୍ଷରୁ ଅପ୍‌ଗ୍ରେଡ୍‌ ହେବ ୧୦୦ ହାଇସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲଗୁଡ଼ିକରୁ ଡ୍ରପ୍‌ଆଉଟ୍‌ ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଆସନ୍ତା ଶିକ୍ଷା ବର୍ଷରୁ ଅପଗ୍ରେଡ ହେବ ୧୦୦ଟି ହାଇସ୍କୁଲ। ଯେଉଁ ସବୁ ବ୍ଲକରେ ପ୍ଲସ ଟୁ କଲେଜ ନାହିଁ ସେଠାରେ ହାଇସ୍କୁଲଗୁଡ଼ିକୁ ଅପଗ୍ରେଡ୍‌ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ମାଟ୍ରିକ ପାସ୍‌ ହେବା ପରେ ପାଖରେ ଯୁକ୍ତ ଦୁଇ କଲେଜ ନ ଥିବାରୁ ପିଲାଏ ପାଠ ଛାଡୁଛନ୍ତି। ଏଣୁ ସ୍କୁଲଗୁଡ଼ିକୁ ଅପ୍‌ଗ୍ରେଡ୍‌ କରାଯିବା ପରେ ଝିଅ ପିଲାଙ୍କ ପାଇଁ ବିଶେଷ ସୁବିଧା ହେବ। ଏଥିଲାଗି ବିଭାଗ ପକ୍ଷରୁ ଯୋଜନା କରାଯାଉଥିବା ସେ ସୂଚନା ଦେଇଛନ୍ତି।

Related Articles

Back to top button