୬୦୦ କର୍ମଚାରୀ ଛଟେଇ କରିବ ମ୍ୟୁଜିକ୍‌ ଷ୍ଟ୍ରିମିଂ କମ୍ପାନୀ ସ୍ପଟିଫାଏ

ୱାଶିଂଟନ: ବର୍ତ୍ତମାନ କର୍ମଚାରୀ ଛଟେଇ ଜାରି ରହିଛି। ଆମାଜନ, ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ ଟେକ୍‌ କମ୍ପାନୀ ଛଟେଇ କରୁଛନ୍ତି। ଏବେ ମ୍ୟୁଜିକ୍‌ ଷ୍ଟ୍ରିମିଂ କମ୍ପାନୀ ସ୍ପଟିଫାଏ ଟେକ୍ନୋଲୋଜି ଏସ୍‌ଏ ମଧ୍ୟ ଛଟେଇ କରିବା ନେଇ ଘୋଷଣା କରିଛି।

କମ୍ପାନୀ ତାର ୬ ପ୍ରତିଶତ କର୍ମଚାରୀ, ପାଖାପାଖି ୬୦୦ କର୍ମଚାରୀ ଛଟେଇ କରିବ। ଆଶଙ୍କାୟିତ ଆର୍ଥିକମାନ୍ଦାବସ୍ଥା ଯୋଗୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛି। କମ୍ପାନୀର କଣ୍ଟେଣ୍ଟ ଓ ବିଜ୍ଞାପନ ବ୍ୟବସାୟ ମୁଖ୍ୟ ଡନ ଓଷ୍ଟ୍ରଫ୍‌ ମଧ୍ୟ କମ୍ପାନୀର ପୁନର୍ଗଠନ ପ୍ରକ୍ରିୟାରେ ଇସ୍ତଫା ଦେଇପାରନ୍ତି।

ସୂଚନା ଥାଉକି, ସେପ୍ଟମ୍ବର ମାସ ପର୍ଯ୍ୟନ୍ତ ସ୍ପଟିଫାଏ କମ୍ପାନୀରେ ୯,୮୦୦ ପୂର୍ଣ୍ଣକାଳୀନ କର୍ମଚାରୀ ରହିଥିଲେ। ତେଣୁ ଛଟେଇ ପ୍ରକ୍ରିୟାରେ କମ୍ପାନୀ କ୍ଷତିପୂରଣ ବାବଦକୁ ୩୫ ମିଲିୟନ ୟୁରୋ(୩୮ ମିଲିୟନ ଆମେରିକୀୟ ଡଲାର)ରୁ ୪୫ ମିଲିୟନ ୟୁରୋ ଖର୍ଚ୍ଚ କରିବାକୁ ପଡ଼ିବ।

Related Articles

Back to top button