ଦାନ କରିଥିବା ସୁନାକଳସର ଦାମ ଏକ କୋଟି ଟଙ୍କା ନୁହେଁ, ୧୦ ଲକ୍ଷ ଟଙ୍କା – ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ

ସମ୍ବଲପୁର:  ଭଗବାନ ଶନିଙ୍କ ପୀଠରେ ସୁନାକଳସ ଦାନ କରିବା ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଶନି ଦେବଙ୍କୁ ସୁନାକଳସ ଦାନ କରିଥିବା ଭକ୍ତ ସେ ନିଜେ ବୋଲି ନବ ଦାସ ସ୍ପଷ୍ଟ କରିଛନ୍ତି। ଏହାସହ ଦାନ କରିଥିବା ସୁନାକଳସର ଦାମ ଏକ କୋଟି ଟଙ୍କା ନୁହେଁ, ୧୦ ଲକ୍ଷ ଟଙ୍କା ବୋଲି ସେ ସେ ନିଜେ କହିଛନ୍ତି।

ତେବେ ସୋମବାର ଦିନ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାଠାରେ ଆୟୋଜିତ ଜୟନ୍ତୀ ସମାରୋହରେ ଯୋଗଦେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବ ଦାସ କହିଛନ୍ତି ଯେ, ଭାରତ ବର୍ଷରେ ହିନ୍ଦୁଧର୍ମର ସର୍ବଶ୍ରେଷ୍ଠ ପୀଠ ହେଉଛି ଶନି ଦେବତାଙ୍କ ପୀଠ। ଲକ୍ଷ ଲକ୍ଷ ଲୋକ ତାଙ୍କର ଭକ୍ତ। ସେଥିପାଇଁ ଭାରତରେ ଛୋଟ ଗାଁଠାରୁ ଆରମ୍ଭ କରି ବଡ଼ ବଡ଼ ଲୋକ ପର୍ଯ୍ୟନ୍ତ ଶନିଦେବତାଙ୍କ ଶରଣାପନ୍ନ ହୁଅନ୍ତି। ଆଉ ସେ ବି ଶନିବାର ପବିତ୍ର ତ୍ରିବେଣୀ ଅମାବାସ୍ୟା ଦିନ ଶନିଦେବଙ୍କ ମନ୍ଦିରକୁ ଯାଇଥିଲେ। ଶନିଦେବଙ୍କ ଶରଣାପନ୍ନ ହୋଇଥିଲେ। ସେଠାରେ ସୋରିଷ ତେଲ ରଖିବା ପାଇଁ କଳସ ଦିଆଯାଇଥାଏ।

ଏବଂ ସେଠାରେ ଥିବ ଲୋକଙ୍କୁ କମ୍ବଳ ଓ ଖାଇବାକୁ ଦିଆଯାଏ। ସେ ବି ସୋରିଷ ତେଲ ରଖିବା ନିମନ୍ତେ ଏକ ଗଡ଼ୁ ପାଇଁ ୧୦ ଲକ୍ଷ ଟଙ୍କା ଅର୍ପଣ କରିଥିଲେ। କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଥିଲେ । ଯେଉଁମାନେ ଅଯଥା ପ୍ରେସ୍ରେ ଖବର ପରିବେଷଣ କରୁଛନ୍ତି, ସେମାନେ ହିନ୍ଦୁ ଧର୍ମକୁ ଜଗନ୍ତୁ। ଶନିଦେବ ହେଉଛନ୍ତି ହିନ୍ଦୁଧର୍ମର ନିଷ୍ଠାର ନ୍ୟାୟମୂର୍ତ୍ତି।

Related Articles

Back to top button