ଏଲନ ମସ୍କଙ୍କ ବିରୋଧରେ ମାମଲା ରୁଜୁ କଲା ଟୁଇଟର

ଓ୍ବାଶିଂଟନ: ଟେସଲା ସିଇଓ ଏଲନ୍‌ ମସ୍କ ଏବେ ବିବାଦ ଘେରରେ ରହିଛନ୍ତି। ଦିନକୁ ଦିନ ତାଙ୍କ ବିରୋଧରେ ସମସ୍ୟା ବଢ଼ିବାରେ ଲାଗିଛି। ୪୪ ଅରବ ଡଲାରର ଟୁଇଟର ଡିଲ୍‌ ରଦ୍ଦ କରିବା ପରେ ଏବେ ଏଲୋନ ମସ୍କଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମସ୍କଙ୍କୁ ହିପୋକ୍ରେଟ ବୋଲି ଅଭିଯୋଗ କରି ଟୁଇଟର ଜୁଲାଇ ୧୩ ଅର୍ଥାତ୍‌ ବୁଧବାର ଡେଲାୱେରର କୋର୍ଟ ଅଫ୍‌ ଚାନ୍ସରିରେ ଏକ ମାମଲା ରୁଜୁ କରିଛି। ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲା ଏକ ଦୀର୍ଘ ଆଇନଗତ ଯୁଦ୍ଧର ଆରମ୍ଭ ବୋଲ କୁହାଯାଉଛି। ତେବେ ଉକ୍ତ ମାମଲାରେ ଦର୍ଶାଯାଇଛି ଯେ, ମସ୍କଙ୍କୁ ଅଧିକ ଆଇନ ଉଲ୍ଲଂଘନ ନ କରିବା, ଏହାର ଆଇନଗତ ଦାୟିତ୍ୱ ପୂରଣ କରିବା ଏବଂ କିଛି ଉଲ୍ଲେଖନୀୟ ସର୍ତ୍ତ ପୂରଣ ହେବା ପରେ ଏହି ଡିଲକୁ ଶେଷ କରିବାକୁ ଟୁଇଟର ଏହି ପଦକ୍ଷେପ ନେଇଛି।

Related Articles

Back to top button