ଆସନ୍ତା ଚାରି ଦିନ ଯାଏ ଲାଗି ରହିବ ବର୍ଷା, ଚାରୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର: ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ଜାରିରହିଛି ବର୍ଷା ପ୍ରବାହ। ଆସନ୍ତା ଚାରି ଦିନ ଯାଏଁ ବର୍ଷା ଲାଗି ରହିବ। ବିଶେଷ କରି ଚାରୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ରାଜ୍ୟସାରା ବର୍ଷା ଲାଗି ରହିଛି। ସାରାରାଜ୍ୟରେ ସ୍ୱାଭାବିକ ଠାରୁ ୮୧ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଉତ୍ତର ଓଡିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି।

ମାଲକାନାଗିରି, ରାୟଗଡା, ବୌଦ୍ଧ,ନୂଆପଡା ଓ କନ୍ଧମାଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ, ପୁରୀ, ଖୋର୍ଦ୍ଧା, ଭଦ୍ରକ ଓ ସୁନ୍ଦରଗଡ ରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଆସନ୍ତା ୪ ଦିନ ଯାଏଁ ବର୍ଷାର ପ୍ରଭାବ ରହିବା ସହ, ମାଲକାନାଗିର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Related Articles

Back to top button