ଗୁଜରାଟରେ ୧.୫୪ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ

ନୂଆଦିଲ୍ଲୀ: ସେମିକଣ୍ଡକ୍ଟର ଓ ଡିସ୍‌ପ୍ଲେ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରାଇବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଆହ୍ବାନ ଅନୁସାରେ ଗୁଜରାଟର ଅହମଦାବାଦ ଜିଲାରେ ଏକ ସେମିକଣ୍ଡକ୍ଟର ଫ୍ୟାବ୍‌ ୟୁନିଟ୍‌ ସହ ଏକ ଡିସ୍‌ପ୍ଲେ ଫ୍ୟାବ୍‌ ୟୁନିଟ୍‌, ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଓ ଟେଷ୍ଟିଂ ୟୁନିଟ୍‌ ସ୍ଥାପନ କରିବା ଲାଗି ବେଦାନ୍ତ ପକ୍ଷରୁ ଗୁଜରାଟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଉକ୍ତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ସମାରୋହରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ପ୍ରମୁଖ ସଚିବ ସଞ୍ଜୟ ପ୍ରସାଦ, ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ୍‌ ଅଗ୍ରୱାଲ, ବେଦାନ୍ତର ଗ୍ଲୋବାଲ ମ୍ୟାନେଜିଂ ଡାଇରେକ୍ଟର୍‌ (ଡିସ୍‌ପ୍ଲେ ଆଣ୍ଡ ସେମିକଣ୍ଡକ୍ଟର) ଆକର୍ଷ ହେବାର୍‌ଙ୍କ ସମେତ ଉଭୟ ପକ୍ଷର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ପ୍ରକଳ୍ପ ଗୁଜରାଟକୁ ବିଶ୍ୱ ସିଲିକନ୍‌ ମାନଚିତ୍ରରେ ସ୍ଥାନିତ କରିବ ବୋଲି ଉଭୟ ପକ୍ଷରୁ ଦାବି କରାଯାଇଛି। ଏପରିକି ଉକ୍ତ ପ୍ରକଳ୍ପରେ ମୋଟ ୧,୫୪,୦୦୦ କୋଟି ଟଙ୍କାର ନିବେଶ ସହ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ ବୋଲି ବେଦାନ୍ତ ପକ୍ଷରୁ କୁହାଯାଇଛି।

Related Articles

Back to top button