ଫୋନ ପେ ମୁଖ୍ୟାଳୟ ସିଙ୍ଗାପୁରରୁ ଭାରତକୁ ସ୍ଥାନାନ୍ତରିତ କରିବା ଯୋଗୁ ୮୩ ଶହ କୋଟି ଟଙ୍କା ଟିକସ ଦେବାକୁ ହେବ

ସିଙ୍ଗାପୁର: ଫୋନ ପେ ମୁଖ୍ୟାଳୟ ସିଙ୍ଗାପୁରରୁ ଭାରତକୁ ସ୍ଥାନାନ୍ତରିତ କରିବା ଯୋଗୁ ୱାଲମାର୍ଟ ଏବଂ ଡିଜିଟାଲ ପେମେଣ୍ଟ କମ୍ପାନୀର ସମସ୍ତ ଅଂଶୀଦାରଙ୍କୁ ପ୍ରାୟ ଏକ ବିଲିୟନ ଡଲାର (୮୩ ଶହ କୋଟି ଟଙ୍କା) ଟିକସ ଦେବାକୁ ପଡିବ। ସୂଚନାନୁସାରେ, ଫୋନପେ ଭାରତକୁ ସ୍ଥାନାନ୍ତରିତ ହେବା ଏବଂ ଏହାର ମୂଲ୍ୟ ବୃଦ୍ଧି ଯୋଗୁ ଏହି ଟିକସ ଦେବାକୁ ହେବ।

ୱାଲମାର୍ଟର ଫୋନପେରେ ଅଧିକ ଅଂଶଧନ ରହିଛି, ଯାହା ପ୍ୟାରେଣ୍ଟ କମ୍ପାନୀ ଫ୍ଲିପକାର୍ଟ କିଣିବା ପରେ ହୋଇଥିଲା। ଫୋନପେ ନିକଟରେ ଫ୍ଲିପକାର୍ଟରୁ ଅଲଗା ହୋଇଛି। ଏହି ଘଟଣାରେ ସୂତ୍ରରୁ ଜଣାପଡିଛି ଯେ ଫୋନ ପେ ଜେନେରାଲ ଆଟଲାଣ୍ଟିକ, କତାର ନିବେଶ ପ୍ରାଧିକରଣ ଏବଂ ଅନ୍ୟ ନିବେଶକଙ୍କ ଠାରୁ ୧୨ ବିଲିୟନ ଡଲାରର ପୁଞ୍ଜି ସଂଗ୍ରହ କରୁଛି। ତେଣୁ ଏହି ଟିକସ ଲାଗୁ ହୋଇଛି।

Related Articles

Back to top button