ହିଜାବ ପିନ୍ଧି ନଥିବାରୁ ଇରାନ ଚେସ ମହିଳା ଚେସ ଖେଳାଳି ସାରା ଖାଦିମଙ୍କୁ ହତ୍ୟା ଧମକ

ତେହେରାନ: ହିଜାବ ପିନ୍ଧି ନଥିବାରୁ ଇରାନର ମହିଳା ଚେସ ଖେଳାଳି ସାରା ଖାଦିମଙ୍କୁ ହତ୍ୟା ଧମକ ମିଳିଛି । ସାରା କାଜାକସ୍ତାନର ଏକ ଟୁର୍ଣ୍ଣାମେଂଟରେ ବିନା ହିଜାବରେ ଅଂଶଗ୍ରହଣ କରିଥିଲେ । ଏଥିନେଇ ତାଙ୍କୁ ଟାର୍ଗେଟ କରାଯାଇଛି । ସ୍ୱଦେଶ ପ୍ରତ୍ୟାବର୍ତନ କଲେ ହତ୍ୟା କରାଯିବ ବୋଲି ସିଧାସଳଖ ଭାବେ ଧମକ ମିଳିଛି । ଏଥିରେ ଭୟଭୀତ ହୋଇ ସାରା ତେହେରାନ ଯିବା ବଦଳରେ ସ୍ପେନକୁ ପଳାଇ ଯାଇଛନ୍ତି । ତାଙ୍କର ଜଣେ ନିକଟତମ ବ୍ୟକ୍ତି ଏ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ତାଙ୍କ ପରିବାର ଇରାନ ରହୁଥିବାରୁ ସାରା ଚିନ୍ତା ବ୍ୟକ୍ତ କରିଛନ୍ତି ।

ସେ ଏ ନେଇ ବିଦେଶ ମନ୍ତ୍ରଣାଳୟ ସହ କଥା ହେବାକୁ ଚାହିଁଥିଲେ ମଧ୍ୟ ସେମାନେ ତାଙ୍କ ଫୋନ ଉଠାଇ ନ ଥିଲେ । ଇରାନରେ ଗତ ବର୍ଷ ସେପ୍ଟମ୍ବରରୁ ହିଜାବକୁ ବିରୋଧ କରି ଆନ୍ଦୋଳନ ଚାଲିଛି ।

Related Articles

Back to top button