ବିଶ୍ୱର ସବୁଠୁ ବଡ଼ ଟେକ୍ ଏକ୍ସପୋ ଆୟୋଜନ କରୁଛି ତାଇୱାନ: ସାରା ବିଶ୍ୱର ସିଇଓଙ୍କୁ କରିଛି ଆମନ୍ତ୍ରଣ

ତାଇପେଇ ସିଟି:  ଚୀନ୍‌ର ଆକ୍ରମଣ ବିପଦ ମଧ୍ୟରେ ତାଇୱାନ ବିଶ୍ୱକୁ ନିଜର ଟେକ୍ନୋ ତାକତ ଦେଖାଇବା ପାଇଁ ଏକ ଏକ୍ସପୋ ଆୟୋଜନ କରିଛି। ରାଜଧାନୀ ତାଇପେଇ ସିଟିରେ ଏହି ଟେକ୍ ଏକ୍ସପୋ ଅନୁଷ୍ଠିତ ହେଉଥିବା ବେଳେ ଇୟୁରୋପ, ମିଡିଲ ଇଷ୍ଟ, ଆମେରିକା, ଏସିଆ ସମେତ ସାରା ବିଶ୍ୱର ଅଟୋ, ଇଲେକ୍ଟ୍ରିକ୍, ଇଲେକ୍ଟ୍ରୋନିକ୍ସ, ଟେକ୍ନୋଲଜି ଓ ମୋବାଇଲ ଇଣ୍ଡଷ୍ଟ୍ରି ସହିତ ସମ୍ପର୍କିତ କମ୍ପାନୀମନଙ୍କ ସିଇଓଙ୍କୁ  ତାଇୱାନ ଅମନ୍ତ୍ରଣ କରିଛି।

ଏହା ଏକ ଖାସ ଟେକ୍ ଏକ୍ସପୋ ଯାହା ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିଜର ସେମି କଣ୍ଡକ୍ଟର ଡିଭାଇସ୍ ଲାଗି ତାଇୱାନର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ତାଇୱାନ ସାରା ବିଶ୍ୱର ସେମିକଣ୍ଡକ୍ଟର ଆବଶ୍ୟକତା ପୂରଣ କରୁଛି। ଏଣୁ ଏଥିରେ ଯଦି ତାଇୱାନ ଉପରେ ଚୀନ୍‌ ଆକ୍ରମଣ କରିଦିଏ ତେବେ ସାରା ଦୁନିଆର ଅନେକ ଇଣ୍ଡଷ୍ଟ୍ରି  ସଂକଟରେ ଫଶିଯିବେ। ଗତ କରୋନା କାଳରେ ଯେତେବେଳେ ତାଇୱାନରେ ଇଣ୍ଡଷ୍ଟ୍ରି ବନ୍ଦ ହୋଇଗଲା ସାରା ବିଶ୍ୱରେ ହାହାକାର ପଡି ଯାଇଥିଲା। ସେମିକଣ୍ଡକ୍ଟର ବିନା ଅନେକ ଉଦ୍ୟୋଗ ବନ୍ଦ ହେବା ଅବସ୍ଥାକୁ ଚାଲି ଯାଇଥିଲେ।

ତାଇୱାନ ଏହି ଟେକ୍ ଏକ୍ସପୋ ଦୁନିଆକୁ ନିଜର ତାକତ ଦେଖାଇବା ସହ ସମର୍ଥନ ସଂଗ୍ରହ ଲାଗି ଆୟୋଜନ କରିଛି। ସମର୍ଥନ ସଂଗ୍ରହ ପାଇଁ ଟେକ୍ ଏକ୍ସପୋକୁ ସବୁଠୁ ଉଲ୍ଲେଖନୀୟ କୁହାଯାଉଛି। ଏହି ଏକ୍ସପୋ ମାଧ୍ୟମରେ ତାଇୱାନ ସାରା ଦୁନିଆରେ ନିଜର ମହତ୍ୱ  ପ୍ରତିପାଦିତ କରିବା ସହ ଇଣ୍ଡଷ୍ଟ୍ରିମାନଙ୍କର ସିଇଓଙ୍କୁ ଆମନ୍ତ୍ରିତ କରିବାର ଅର୍ଥ ସମର୍ଥନ ସଂଗ୍ରହ କରିବା ବୋଲି କୁହାଯାଉଛି।

Related Articles

Back to top button