ଭାରତରେ ଆଇଫୋନ-୧୪ ନିର୍ମାଣ କରିବା ଲାଗି ଯୋଜନା କରୁଛି ଟାଟା କମ୍ପାନୀ

ନୂଆଦିଲ୍ଲୀ: ଟାଟା ଗ୍ରୁପ ଭାରତରେ ଆଇନ ଫୋନ ନିର୍ମାଣ କରିପାରନ୍ତି।  ମିଳୁଥିବା ସୂଚନା ଅନୁସାରେ ଟାଟା ଗ୍ରୁପ ଏକ ଇଲେକ୍ଟ୍ରୋନିକ୍ସ ମେନୁଫେକ୍ଚରିଂ ଜଏଣ୍ଟ ଭେଞ୍ଚର ସ୍ଥାପିତ କରିବେ  ଓ ଏଥିଲାଗି ଆପଲ ଇଂକ୍‌ର ତାଇୱାନ ସପ୍ଲାୟର ‘ୱିଷ୍ଟର୍ଣ୍ଣ କର୍ପ’ଙ୍କ ସହ ଆଲୋଚନା କରୁଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଆପଲ ଇଂକ୍‌ ମଧ୍ୟ ଭାରତରେ ଇଲେକ୍ଟ୍ରୋନିକ୍ସ ମେନୁଫେକ୍ଚରିଂ ଯୁଗ୍ମ ଉଦ୍ୟଗକୁ ପ୍ରୋତ୍ସାହନ ଦେବାକୁ ଚାହାନ୍ତି। ଏଣୁ କମ୍ପାନୀ ଟାଟା ଗ୍ରୁପଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଆଶା କରାଯାଉଛି ଟାଟା ଓ ଆପଲ କମ୍ପାନୀ ମଧ୍ୟରେ ଖୁବ୍ ଶୀଘ୍ର ଏକ ରାଜିନାମା ହେବ। ଯଦି ଟାଟା ଓ ଆପଲଙ୍କ ରାଜିନାମା ସଫଳ ହୁଏ ଟାଟା ଆଇଫୋନ ନିର୍ମାଣ କରିବାରେ ପ୍ରଥମ ଭାରତୀୟ କମ୍ପାନୀ ହେବେ।  ବର୍ତ୍ତମାନ ଭାରତରେ ମିଳୁଥିବା ଆଇଫୋନ ଚୀନ୍‌ ଓ ତାଇୱାନରୁ ଆସେମ୍ବ୍ଲ ହୋଇ ମିଳୁଛି। ୱିଷ୍ଟର୍ଣ୍ଣ ଓ ଫକ୍ସକନ ଟେକ୍ନୋଲଜି ଏହି ଆସେମ୍ବ୍ଲ କରୁଛନ୍ତି। ଏଥିରେ ଯଦି ଭାରତରେ ଆଇଫୋନ ଉତ୍ପାଦନ ଆରମ୍ଭ ହୋଇଯାଏ ତେବେ ଚୀନ୍‌ କମ୍ପାନୀଙ୍କୁ ତାଗଡା ଝଟକା ଲାଗିବା ନିଶ୍ଚିତ ବୋଲି କୁହାଯାଉଛି।

ଆପଲ ଇଂକ ପରେ ଅନ୍ୟ ବିଦେଶୀ କମ୍ପାନୀ ମଧ୍ୟ ଭାରତରେ ଇଲେକ୍ଟ୍ରୋନିକ୍ ମେନୁଫେକ୍ଚରିଂ ଉଦ୍ୟୋଗ ସ୍ଥାପନା ଲାଗି ଆଗ୍ରହୀ ଅଛନ୍ତି। ଫଳରେ ଭାରତକୁ ଆର୍ଥିକ ମଜଭୁତି ମିଳିବାକୁ ଥିବା ବେଳେ  ଇଲେକ୍ଟ୍ରୋନିକ୍ ମେନୁଫେକ୍ଚରିଂରେ ଚୀନ୍ ଉପରେ ନିର୍ଭରତା ହ୍ରାସ ଦିଗରେ ଭାରତର ବଡ ପଦକ୍ଷେପ  ହେବ।

 

Related Articles

Back to top button