ଅନଲାଇନରେ ବିକ୍ରି ହେଉଛି ନକଲି ସାଓମି ମୋବାଇଲ ଫୋନ ଏବଂ ସାମଗ୍ରୀ, ୯୦୦୦ ନକଲି ପ୍ରଡକ୍ଟ ଜବତ

ଦେଶର ଅଧିକାଂଶ ଲୋକ ଅନଲାଇନରେ ସାମଗ୍ରୀ କିଣିବାକୁ ପସନ୍ଦ କରନ୍ତି, କିନ୍ତୁ କିଛି ପ୍ଲାଟଫର୍ମ ନକଲି ସାମଗ୍ରୀ ମଧ୍ୟ ବିକ୍ରି କରନ୍ତି। ଏଥିପ୍ରତି ଆପଣଙ୍କୁ ସତର୍କ ରହିବା ଉଚିତ୍। ବର୍ତ୍ତମାନ ଅନଲାଇନରେ ସେଲ୍ ଏବଂ ଅଫର୍ ଚାଲିଛି। ଏଥିରେ ମୋବାଇଲ ଫୋନ ଡିସକାଉଣ୍ଟରେ ବିକ୍ରି ହେଉଛି। କିନ୍ତୁ ଏପରି କିଛି ଅନଲାଇନ ପ୍ଲାଟଫର୍ମ ରହିଛି ଯେଉଁଥିଲେ ନକଲି ସାଓମି ମୋବାଇଲ ଫୋନ ଏବଂ ସାମଗ୍ରୀ ବିକ୍ରି କରୁଛନ୍ତି। କମ୍ ଟଙ୍କା ଭାବି ନକଲି ସାମଗ୍ରୀ କିଣୁଥିଲେ ସାବଧାନ ହୋଇଯାଆନ୍ତୁ।

ଦେଶରେ ପୋର୍ଟେବଲ୍ ଇଲେକ୍ଟ୍ରୋନିକ୍ସ ଏବଂ ଆସେସୋରିଜ୍ ପାଇଁ ବହୁତ ଚାହିଦା ଅଛି। ଅନଲାଇନ୍ ବଜାରରେ ଅନେକ ବଡ ବ୍ରାଣ୍ଡର ନକଲି ସାମଗ୍ରୀ ଖୋଲାଖୋଲି ଭାବେ ବିକ୍ରି ହେଉଛି। ଏଥିଲାଗି ନକଲି ସାମଗ୍ରୀ କମ୍ପାନୀଗୁଡିକ ପାଇଁ ବଡ କ୍ଷତି ଘଟାଇବା ସହିତ ଗ୍ରାହକମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। କୋଭିଡ ମହାମାରୀ ହେତୁ ଇ-କମର୍ସ ପ୍ଲାଟଫର୍ମରେ ପ୍ରଡକ୍ଟ ବିକ୍ରି କରାଯାଉଛି। ଗ୍ରାହକ ଇଲେକ୍ଟ୍ରୋନିକ୍ସ ଫର୍ମ ସାଓମି ୨୦୨୨ ମସିହା ପୂର୍ବରୁ ପ୍ରଥମ ଛଅ ମାସ ମଧ୍ୟରେ ଏହାର ନାମରେ ବିକ୍ରି ହେଉଥିବା ୯୦୦୦ ନକଲି ପ୍ରଡକ୍ଟ ଜବତ କରିଛି। ସେଗୁଡ଼ିକର ମୂଲ୍ୟ ୭୩.୮ ଲକ୍ଷ ଟଙ୍କା। ଚଳିତ ବର୍ଷ କମ୍ପାନୀ ପୋଲିସ ସହାୟତାରେ ୩୩.୩ ଲକ୍ଷ ଟଙ୍କା ମୂଲ୍ୟର ୩୦୦୦ ପ୍ରଡକ୍ଟ ଜବତ କରିଛି। ସାଓମି ବ୍ରାଣ୍ଡ ନାମରେ ନକଲି ମୋବାଇଲ ବିକ୍ରି କରାଯାଉଛି।

Related Articles

Back to top button