ନଭେମ୍ଵର ୪ରେ ରିଲିଜ୍‌ ହେବ ‘ଶକୁନ୍ତଲାମ’

ମୁମ୍ଵାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ  ତାଙ୍କ ଆଗାମୀ ଚଳଚ୍ଚିତ୍ର ଶକୁନ୍ତଲାମର ଏକ ନୂଆ ମୋସନ ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ସାମନ୍ଥାଙ୍କ ସହ ଦେବ ମୋହନ ନଜର ଆସିଛନ୍ତି। ଏହା ସହିତ ସାମନ୍ଥା ଫିଲ୍ମର ରିଲିଜ୍ ତାରିଖ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।

ସେୟାର ହୋଇଥିବା ଫଟୋରେ ସାମନ୍ଥା ହାଲକା ନୀଳ ରଙ୍ଗର ପୋଷାକ ପିନ୍ଧିଛନ୍ତି ଏବଂ ଦେବ ମୋହନ ତାଙ୍କ ପଛରେ ନଜର ଆସିଛନ୍ତି। ଏହି ସମୟରେ, ଏକ ପ୍ରାସାଦ ଦୃଶ୍ୟମାନ ହେଉଛି। ପୋଷ୍ଟର ସେୟାର କରି ସାମନ୍ତ ଲେଖିଛନ୍ତି, ଶକୁନ୍ତଲାମ ବିଶ୍ୱବ୍ୟାପୀ ନଭେମ୍ଵର ୪ରେ ରିଲିଜ୍‌ ହେବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଗୁନାଶେଖର।

ଦୁହିଁଙ୍କ ଫ୍ୟାନ୍ସ ପୋଷ୍ଟରକୁ ଦେଖି ଭଲ ପ୍ରତିକ୍ରିୟା ଦେବା ସହ ପ୍ରଶଂସା ମଧ୍ୟ କରୁଛନ୍ତି । ସାମନ୍ଥାଙ୍କ  ସୌନ୍ଦର୍ଯ୍ୟ ସମସ୍ତଙ୍କ ହୃଦୟ ଜିତିବ। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଏହା ମହାଭାରତର ଶକୁନ୍ତଳା ଏବଂ ରାଜା ଦୁଶାନ୍ତଙ୍କ କାହାଣୀ ଉପରେ ଆଧାରିତ। କହିବାକୁ ଗଲେ ଚଳଚ୍ଚିତ୍ରର ସୁଟିଂ ଗତ ବର୍ଷ ଅଗଷ୍ଟରେ କରାଯାଇଥିଲା। ସାମନ୍ତ ଏବଂ ଦେବଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ମୋହନ ବାବୁ, ଗୌତମ, ଆଦିତ୍ୟ ବାଲାନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ଅଲୁ ଅର୍ଜୁନଙ୍କ ଝିଅ ଅଲୁ ଆରହା ମଧ୍ୟ ଶିଶୁ କଳାକାର ଭାବରେ ଟଲିଉଡରେ ଡେବ୍ୟୁ କରୁଛନ୍ତି।

Related Articles

Back to top button